୧୧ କେଭି ସଂସ୍ପର୍ଶରେ ଆସି ୨ ମୃତ
ପୁରୀ : ପୁରୀ ବଳିଆପଣ୍ଡା ଥାନା ଭିତରେ ଟିଭି କେବୁଲ ଲାଇନ୍ ସଜାଡିବାକୁ ଆସିଥିବ ୨ ଜଣ ବ୍ୟକ୍ତିଙ୍କର ୧୧ କେଭି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦ୍ୱୟ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ । ଖବର ନେବାରୁ ଜଣାପଡିଛି ବଳିଆପଣ୍ଡା ଥାନାରେ ଟିଭି କବୁଲ କଟି ଯାଇଥିଲା । ଥାନା ପକ୍ଷରୁ ଏ ନେଇ ସ୍ଥାନୀୟ ଏକ ଏଜେନ୍ସି ସହ ଯୋଗାଯୋଗ କରାଯାଇଥିଲା । ଅପରାହ୍ନରେ ଏଜେନ୍ସିର ୨ ଜଣ ବ୍ୟକ୍ତି ବାପି ଓ ସୁବ୍ରତ କେବୁଲ ସଜାଡିବାକୁ ଆସିଥିଲେ । ତେବେ କେବୁଲ ତାର ଟାଣୁ ଟାଣୁ ତାହା ଥାନା ପରିସର ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ୨ ଜଣ ଯାକ ବିଦ୍ୟୁତ ସଂସ୍ପର୍ଶରେ ଛିଟିକି ପଡିଥିଲେ । ଥାନା ଗାଡିରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲେକେ ପୁଲିସ ଅବହେଳାକୁ ଦାୟୀ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।