୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ
ଟେନ୍ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ କିରାଣିଙ୍କୁ ଗିରଫ କରାଯାଇ ଶନିବାର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଲେ ଜିତେନ୍ଦ୍ର କୁମାର ଉଦାଲ। ଏନେଇ ପୋଲିସ ଏକ ମାମଲା (ନଂ. ୨୨୪/୨୦୨୬) ଏବଂ ପୋକ୍ସୋ ଆକ୍ଟରେ ଅନ୍ୟ ଏକ ମାମଲା (ନଂ. ୮/୧୨) ରୁଜୁ କରିଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟର ଗଣେଶ ପୂଜା ଭସାଣି ସରିବା ପରେ କିରାଣି ଉଦାଲ ୨ ଛାତ୍ରୀଙ୍କୁ ଅଟକ ରଖି ତାଙ୍କ ସହ ଅସଦାଚରଣ କରିଥିଲେ। ଛାତ୍ରୀଦ୍ୱୟ ଲୋକ ଲଜ୍ଜାକୁ ଡରି କାହାରିକୁ କିଛି ନ କହି ଚୁପ୍ଚାପ ରହି ଯାଇଥିଲେ। ହେଲେ ଜିତେନ୍ଦ୍ର ପୁଣି ସାହସ ପାଇ ଉକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀ ୨ ଜଣ ଘରକୁ ଯାଇ ସମସ୍ତ ଘଟଣା ପ୍ରକାଶ କରିବା ପରେ ଅଭିଭାବକମାନେ ଶୁକ୍ରବାର କେ. ବଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଥାନାକୁ ଆଣି ପଚରା ଉଚାର ପରେ ଗିରଫ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।