୨୫ରେ ୩ ଘଣ୍ଟା ପାଇଁ ଓଡ଼ିଶା ଆସୁଛନ୍ତି ମୋଦି: ଭାଜପା

Oct 23, 2026 - 08:02
୨୫ରେ ୩ ଘଣ୍ଟା ପାଇଁ ଓଡ଼ିଶା ଆସୁଛନ୍ତି ମୋଦି: ଭାଜପା

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ୧୭୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ଏବଂ ସାଇବର ସିକ୍ୟୁରିଟିକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ଆର୍‌ବିଆଇର ଦ୍ୱିତୀୟ ଡାଟା ସେଣ୍ଟର ସ୍ଥାପନ କରାଯାଇଛି। ଡାଟା ସେଣ୍ଟର ପୃଥିବୀର ସର୍ୱବୃହତ୍‌ ଆବଶ୍ୟକତା। ଏହି ଡାଟା ସେଣ୍ଟର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବାଛିଛନ୍ତି, ଯାହା ଓଡ଼ିଶା ପାଇଁ ଗର୍ୱ ଓ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ୨୫ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଖୋର୍ଦ୍ଧା ଗସ୍ତ କରିବେ। ସେଠାରେ ଆର୍‌ବିଆଇ ସେଣ୍ଟରର ଉଦ୍‌ଘାଟନ କରିବେ ବୋଲି ଭାଜପା ରାଜ୍ୟ ଉପସଭାପତି ଜତୀନ ମହାନ୍ତି କହିଛନ୍ତି। ଜତୀନ ଆହୁରି କହିଛନ୍ତି, ଏହାପରେ ମୋଦି ଭୁବନେଶ୍ୱର ଫେରି ସା ୭ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ୯ମ ଓଡ଼ିଶା ଗସ୍ତ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।