୨୯୦ ବର୍ଷ ପୁରୁଣା ମୂର୍ତ୍ତି ଠାବ
ଇଂଲଣ୍ଡର ୱିଲ୍ଟଶାୟରର ଏକ ସେଲ୍ଭେଜ୍ ୟାର୍ଡ଼ରୁ କଂକ୍ରିଟ୍ ଭାବି କେତେକ ଲୋକ କିଣିଥିବା ଏକ ମୂର୍ତ୍ତିର ମୂଲ୍ୟ ବର୍ତ୍ତମାନ ୧ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଏହି ମୂର୍ତ୍ତିଟି ୧୭୩୦ରୁ ୧୭୪୦ ମସିହା ପର୍ଯ୍ୟନ୍ତ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ପୋପ୍ ଥିବା ପୋପ୍ କ୍ଲେମେଣ୍ଟ୍ ଦ୍ୱାଦଶଙ୍କର । ଏହି ୨୬ ଇଞ୍ଚ ଉଚ୍ଚ ମୂର୍ତ୍ତିଟି ୨୯୦ ବର୍ଷ ପୁରୁଣା ବୋଲି ଜଣାପଡିଛି । ମୂର୍ତ୍ତିଟି ୧୮ତମ ଶତାବ୍ଦୀର ବିଖ୍ୟାତ ଇଟାଲୀୟ ମୂର୍ତ୍ତିକାର ପିଏଟ୍ରୋ ବ୍ରାଚୀଙ୍କ ଦ୍ୱାରା ନିର୍ମିତ ଏକ ବଡ଼ କାଂସ୍ୟ ପ୍ରତିମାର ଛୋଟ ମଡେଲ୍ ଥିଲା । 'ଦି ଇଣ୍ଡିପେଣ୍ଡେଣ୍ଟ୍'ର ରିପୋର୍ଟ ଅନୁଯାୟୀ, ପ୍ରାୟ ୧୧ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରୁ ନିଲାମ ହେବାକୁ ଥିବା ଏହି ମୂର୍ତ୍ତିଟି ସେହି ବଡ଼ ପ୍ରତିମାର ଏକମାତ୍ର ଅବଶିଷ୍ଟ ମଡେଲ୍ । ସୋସିଆଲ ମିଡିଆରେ ବର୍ତ୍ତମାନ ମୂର୍ତ୍ତିଟି ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।