୩୦ ଯାଏ ବଢ଼ିଲା ଓଏସ୍ଏସ୍ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…
କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଆସନ୍ତା ସେପ୍ଟେମ୍ବର ୩୦ରେ ଏହାର ପେପର-୧ ଓ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ଯାଏ ଗୋଟିଏ ସିଟିଂରେ ଏହି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ସୂଚିତ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।