୩୦ରେ ହେବ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

Sep 26, 2026 - 13:21
୩୦ରେ ହେବ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

ଭୁବନେଶ୍ୱର : ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଓଏସ୍‌ଏସ୍‌ଟିଇଟି (ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬) ପରୀକ୍ଷା।ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୩୦ ତାରିଖ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ହେବ । ପରୀକ୍ଷାର୍ଥୀ ମାନେ ସେହି ଦିନ ସକାଳ ୭.୪୫ରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚତ୍ବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ବୋର୍ଡର ବିଜ୍ଞପ୍ତି ଅନୁଯାୟୀ ଆଡମିଟ୍‌ କାର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ବିଏସଇ ଓଡିଶା କୁ ଯାଇ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।