୩୦୦ ଫୁଟ ଉପରେ ଷ୍ଟଣ୍ଟ

Sep 26, 2026 - 14:04
୩୦୦ ଫୁଟ ଉପରେ ଷ୍ଟଣ୍ଟ

 

 ଫ୍ରାନ୍ସର ଲୁସ୍-ଏନ୍-ଗୋହେଲ୍‌ରେ ଟାଟିଆନା-ମୋସିଓ ବୋଙ୍ଗୋଙ୍ଗା ନାମ୍ନୀ ଜଣେ ମହିଳା ଭୂପୃଷ୍ଠରୁ ପ୍ରାୟ ୩୦୦ ଫୁଟ୍ (୧୮୬ ମିଟର) ଉଚ୍ଚରେ ଶୂନ୍ୟରେ ବନ୍ଧାଯାଇଥିବା ୪୦୦ ମିଟର ଲମ୍ବର ତାର ଉପରେ ଚାଲି ଏକ ବିପଜ୍ଜନକ ଓ ସାହସିକ କାରନାମା ପ୍ରଦର୍ଶନ କରିଛନ୍ତି । ୟୁରୋପର ଏକ ପୁରୁଣା କୋଇଲା ଖଣି ଅଞ୍ଚଳରେ ଥିବା ଦୁଇଟି ଉଚ୍ଚ କୋଇଲା ଆବର୍ଜନା ପାହାଡ଼ ମଧ୍ୟରେ ଏହି ତାରଟି ବନ୍ଧାଯାଇଥିଲା । ଟାଟିଆନା ବିନା କୌଣସି ସୁରକ୍ଷା ଦଉଡ଼ି ସାହାଯ୍ୟରେ ଏହି ତାର ଅତିକ୍ରମ କରିବା ସହ ବାଟରେ କିଛି ସର୍କସ ବା ଆକ୍ରୋବେଟିକ୍ କସରତ୍ ମଧ୍ୟ ଦେଖାଇଥିଲେ । ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ୯,୦୦୦ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ ।  ଟାଟିଆନା ସୁରକ୍ଷିତ ଭାବେ ଅନ୍ୟପଟେ ପହଞ୍ଚିବା ପରେ ଉପସ୍ଥିତ ଦର୍ଶକମାନେ କରତାଳି ଦେଇ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ତେବେ ସୋସିଆଲ ମିଡିଆରେ ଏଭଳି ଷ୍ଟଣ୍ଟକୁ ମିଶିତ୍ର ପ୍ରତିକ୍ରିୟା ମିଳିଛି । କିଛି ଲୋକ ଏହାକୁ ପ୍ରଶଂସା କରିଥିବାବେଳେ କିଛି ଏଭଳି ଜୀବନପ୍ରତି ବିପଦ ଥିବା ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।