୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

Aug 15, 2026 - 16:59
୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ ସଦର ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଭୂସ୍ଖଳନ ଘଟି ଯାତାୟାତ ବ୍ୟାହତ ହୋଇଛି।

ଅନ୍ୟପକ୍ଷେ ରାସ୍ତାର ଗୋଟିଏ ପାର୍ଶ୍ୱରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଗାଡ଼ି ଚଳାଚଳ କରୁଥିବା ବେଳେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମେସିନ ଲଗାଇ ରାସ୍ତାରୁ ପଥର ଏବ ମାଟି ଉଠାଯିବା ସହ ରାସ୍ତା ସଫା କାମ ଜାରି ରହିଛି। ବର୍ଷା ଲାଗି ରହିଥିବାରୁ ଅଧିକ ଭୂସ୍ଖଳନ ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।