୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

Sep 10, 2026 - 16:56
୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ ଏହି ଚାମ୍ପିଅନସିପ ହାସଲ କରିଛି। ଏହି ମ୍ୟାଚ୍‌ରେ ଇଶାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୨୭୦ ରନ (୩୦ଟି ଚୌକା ଓ ୭ଟି ଛକା) ଏବଂ ଦ୍ୱିତୀୟ ଇନିଂସରେ ୮୦ ରନ (୯ଟି ଚୌକା ଓ ୩ଟି ଛକା) ସଂଗ୍ରହ କରିଥିଲେ। ଏହି ଦୁଇଟି ଇନିଂସ ମାଧ୍ୟମରେ ଇଶାନ ୬୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଟୁର୍ନାମେଣ୍ଟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇପାରିଛନ୍ତି।

ଏହି ମ୍ୟାଚ୍‌ରେ ଇଶାନ ମୋଟ ୩୫୦ ରନ ସଂଗ୍ରହ କରିଥିଲେ। ଫଳରେ ସେ ଦୁଲିପ ଟ୍ରଫିର ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ। ୧୯୬୧ ମସିହାରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ୬୫ ବର୍ଷ ମଧ୍ୟରେ କୌଣସି ବ୍ୟାଟର ଗୋଟିଏ ମ୍ୟାଚ୍‌ ୩୫୦ ରନ ସଂଗ୍ରହ କରିପାରି ନ ଥିଲେ। ଦଳ ପାଇଁ ଟାଇଟଲ ଜିତିବାରେ ଅଧିନାୟକଙ୍କ ଏହି ଇନିଂସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ପାଇଁ ଇଶାନଙ୍କୁ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ଭାବେ ବିବେଚିତ କରାଯାଇଥିଲା।

ମ୍ୟାଚ୍ରେ ଇଷ୍ଟ ଜୋନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଇଶାନଙ୍କ ୨୭୦ ରନ୍ର ଇନିଂସ ବଳରେ ଦଳ ୭୦୦ରୁ ଅଧିକ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ରଥମ ଇନିଂସରେ ଦଳ ୭୦୮ ରନ୍‌ରେ ଅଲଆଉଟ ହୋଇଥିଲା। ସେହି ଇନିଂସ ଇଷ୍ଟ ଜୋନ୍‌ର ବିଜୟକୁ ପ୍ରାୟତଃ ସୁନିଶ୍ଚିତ କରିଦେଇଥିଲା।

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ଗତ କିଛି ମ୍ୟାଚ୍‌ ହେବ ଇଶାନ କିଶନ ଅସାଧାରଣ ନେତୃତ୍ୱ ପ୍ରଦର୍ଶନ କରିଆସୁଛନ୍ତି। ପୂର୍ବରୁ, ତାଙ୍କ ଅଧିନାୟକତ୍ୱରେ ଝାଡ଼ଖଣ୍ଡ ଦଳ ୨୦୨୫ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଥିଲା। ଦୁଲିପ ଟ୍ରଫି ଫାଇନାଲରେ ଚମତ୍କାର ବ୍ୟାଟିଂ ପାଇଁ ଯେପରି ସେ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ପୁରସ୍କାର ପାଇଥିଲେ, ସେହିପରି ମୁସ୍ତାକ ଅଲି ଫାଇନାଲରେ ମଧ୍ୟ ସେ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ପୁରସ୍କାର ପାଇଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।