ଅକ୍ଟୋବର ୨ରୁ ଭୁବନେଶ୍ୱର - ବ୍ୟାଙ୍କକ ବିମାନ ସେବା ଆରମ୍ଭ

Sep 11, 2026 - 12:53
ଅକ୍ଟୋବର ୨ରୁ ଭୁବନେଶ୍ୱର - ବ୍ୟାଙ୍କକ ବିମାନ ସେବା ଆରମ୍ଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା । ଆସନ୍ତା ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ବ୍ୟାଙ୍କକ୍‌କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । କିଛି କାରଣରୁ ପୂର୍ବରୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା ।

ଏବେ ପୁଣି ଏହି ଅନ୍ତର୍ଜାତୀୟ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ ଓଡ଼ିଶାରୁ ଥାଇଲାଣ୍ଡ ଯାତାୟାତ ଅଧିକ ସୁବିଧାଜନକ ହେବ । ବିଶେଷକରି ପର୍ଯ୍ୟଟକ, ବ୍ୟବସାୟୀ ଓ ଅନ୍ତର୍ଜାତୀୟ ଯାତ୍ରୀମାନେ ଏଥିରୁ ଲାଭ ପାଇବେ। ଭୁବନେଶ୍ୱର ବିମାନବନ୍ଦରରୁ ଆଉ ଏକ ଅନ୍ତର୍ଜାତୀୟ ରୁଟ୍‌ରେ ସେବା ପୁନଃ ଆରମ୍ଭ ହେବା ରାଜ୍ୟର ବିମାନ ଯୋଗାଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।