ସମଲେଇ ମନ୍ଦିରରେ ପହଁଚିଲା ସରିଆ ଧାନ

Sep 10, 2026 - 13:09
ସମଲେଇ ମନ୍ଦିରରେ ପହଁଚିଲା ସରିଆ ଧାନ

ସମ୍ବଲପୁର : ଆସନ୍ତା ୧୫ ତାରିଖରେ ପାଳିତ ହେବ ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ । ନୂଆଁ ଧାନକୁ ପ୍ରଥମେ ଇଷ୍ଟଦେବୀଙ୍କୁ ସମର୍ପଣ କରିବା ପରେ ନୂଆଁ ଖାଇବାର ରହିଛି ପରମ୍ପରା । ଏଥିପାଇଁ ମାଆ ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହୋଇଛି ବିଶେଷ ପ୍ରସ୍ତୁତି। ମନ୍ଦିର ପରିସରକୁ ସଜାଇବା ସହ ଆରମ୍ଭ ହୋଇଛି ରଙ୍ଗକାମ। 

ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ। ବଲବସପୁରର ସୁବାସ ବେହେରାଙ୍କ ଘରୁ ଆସିଛି ସାରିଆ ଧାନ । ସୁବାସଙ୍କ ପରିବାର ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ଏହି ଧାନ ଚାଷ କରିଥାନ୍ତି। ପରମ୍ପରା ଅନୁଯାୟୀ, ପରିବାରର ସଦସ୍ୟମାନେ ସମ୍ବଲପୁରର ମା' ସମଲେଇଙ୍କ ମନ୍ଦିରକୁ ଆସି ଏହି ଧାନ ମୁଖ୍ୟ ପୂଜକଙ୍କୁ ହସ୍ତାନ୍ତର କରିଛନ୍ତି । 

ନୂଆଖାଇ ଦିନ ଏହି ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ମା' ସମଲେଇଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହି ପରମ୍ପରା ସହ ଜଡ଼ିତ ରହିଛି ସମ୍ବଲପୁରର ନୂଆଖାଇ ପର୍ବର ଗଭୀର ଧାର୍ମିକ ଓ ସାଂସ୍କୃତିକ ଭାବାବେଗ । ନୂଆଁଖାଇ ଦିନ ମାଆଙ୍କ ନିକଟରେ ନବାନ୍ନ ଲାଗିବାକୁ ଥିବାରୁ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ପୂଜକଙ୍କଠାରୁ ଆରମ୍ଭ କରି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।