ଅର୍ଣ୍ଣବ ପାଇଁ ୨ଦିନ ଘୁଞ୍ଚିଲା ଓସିଏସ ପରୀକ୍ଷା

Oct 27, 2026 - 13:05
ଅର୍ଣ୍ଣବ ପାଇଁ ୨ଦିନ ଘୁଞ୍ଚିଲା ଓସିଏସ ପରୀକ୍ଷା

ଭୁବନେଶ୍ୱର : ବାତ୍ୟା 'ଅର୍ଣ୍ଣବ' ପାଇଁ ସତର୍କତା । ୨ ଦିନ ଘୁଞ୍ଚିଲା ଓସିଏସ ପରୀକ୍ଷା ଇ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ (ଓସିଏସ) ର ମୁଖ୍ୟ ଲିଖିତ ପରୀକ୍ଷା ଦୁଇଦିନ ଘୁଞ୍ଚାଇ ଦିଆଯାଇଛି । 

ପୂର୍ବରୁ ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଓଡ଼ିଆ ଓ ଇଂରାଜୀ ଭାଷା ପରୀକ୍ଷା ଏବେ ଅକ୍ଟୋବର ୩୧ ତାରିଖରେ ହେବ। ସେହିପରି ଅକ୍ଟୋବର ୩୦ ତାରିଖରେ ହେବାକୁ ଥିବା ପ୍ରବନ୍ଧ ପରୀକ୍ଷାକୁ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ନୂଆ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୩୧ ତାରିଖ ସକାଳେ ଓଡ଼ିଆ ଏବଂ ଅପରାହ୍ଣରେ ଇଂରାଜୀ ଭାଷା ପରୀକ୍ଷା ହେବ । ତେବେ ନଭେମ୍ବର ୨, ୪ ଏବଂ ୭ ତାରିଖରେ ହେବାକୁ ଥିବା ଅନ୍ୟ ସମସ୍ତ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅପରିବର୍ତ୍ତିତ ରହିବ। 

ଅନ୍ୟପଟେ, ପରୀକ୍ଷା ଶୁଚି ପରିବର୍ତ୍ତନକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନଭେମ୍ବର ୪ ଓ ୫ ତାରିଖ ଲଗାତାର ଦୁଇ ବିଷୟରେ ପରୀକ୍ଷା ଥିବାବେଳେ ଗୋଟିଏ ଦିନ ବ୍ୟବଧାନ ରଖାଯାଇନାହିଁ`। ସେହିଭଳି ପୂର୍ବ ସୂଚୀରେ ଇଚ୍ଛାଧୀନ ବିଷୟରେ ପରୀକ୍ଷା ନିମନ୍ତେ ଦୁଇ ଦିନର ବ୍ୟବଧାନ ରଖାଯାଇଥିଲା; ମାତ୍ର ସଂଶୋଧିତ ସୂଚୀରେ ଗୋଟିଏ ଦିନ ବ୍ୟବଧାନ ରହିଛି । ଯାହାଦ୍ବାରା ପରୀକ୍ଷାର୍ଥୀ ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଓପିଏସ୍‌ସି ପକ୍ଷରୁ ଜୁନ୍‌ ୭ରେ ଓସିଏସ ପ୍ରିଲିମ୍‌ନାରୀ ପରୀକ୍ଷା କରାଯାଇଥିଲା । କଟକ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆଶାୟୀ ପରୀକ୍ଷା ଦେଇଥିଲେ। ଜୁଲାଇ ୧୦ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୫୬୯୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୦୫ ମହିଳା ପ୍ରାର୍ଥୀ ରହିଥିଲେ। ତେବେ ବ୍ରହ୍ମପୁର ଓ ଜୟପୁର ଜୋନରେ ‘ଅର୍ଣ୍ଣବ’ର ପ୍ରଭାବ ଥିବାରୁ ଆସନ୍ତା ୩୧ ତାରିଖରୁ ମୁଖ୍ୟ ଲିଖିତ ପରୀକ୍ଷା କରାଯିବ। ସଂଶୋଧିତ ସୂଚୀ ଅନୁଯାୟୀ, ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍‌ ପେପର- ୧, ୨ ଓ ୩, ୪ ତାରିଖରେ ଜେନେରାଲ ଷ୍ଟଡିଜ୍‌ ପେପର ୩, ୪ ଓ ୫, ନଭେମ୍ବର ୫ ତାରିଖରେ ରଚନା ଏବଂ ୭ ତାରିଖରେ ବିଭିନ୍ନ ଇଚ୍ଛାଧୀନ ବିଷୟଗୁଡ଼ିକରେ ପରୀକ୍ଷା କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।