ଆଇଏଏସ ସ୍ତରରେ ଅଦଳ ବଦଳ, ପେମା ଟୁଡୁ ହେଲେ କୃଷି ବିଭାଗ ନିର୍ଦେଶକ

Oct 27, 2026 - 13:41
ଆଇଏଏସ ସ୍ତରରେ ଅଦଳ ବଦଳ, ପେମା ଟୁଡୁ ହେଲେ କୃଷି ବିଭାଗ ନିର୍ଦେଶକ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୮ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ୍ଅ ଧିକାରୀ ଡ. ପେମା ଟୁଡୁ ଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ତାଙ୍କୁ ଓଡ଼ିଶା ରାଜ୍ୟ କାଜୁ ବିକାଶ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ସେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। 

ସେହିଭଳି ବିଜୟ ଅମୃତା କୁଲାଙ୍ଗ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ପଦରୁ ବଦଳି ହୋଇ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ନିଯୁକ୍ତ ହୋଇଛନ୍ତି। 

ଶୁଭମ ସକ୍ସେନା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପଦରୁ ବଦଳି ହୋଇ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (BDA)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଥିବାବେଳେ ସଂଗ୍ରାମ କେଶରୀ ମହାପାତ୍ର ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ନିଯୁକ୍ତ ହୋଇଛନ୍ତି ଏହାସହ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC)ର ଅଧ୍ୟକ୍ଷ (ଭାରପ୍ରାପ୍ତ) ଦାୟିତ୍ୱ ମଧ୍ୟ ବଜାୟ ରଖିବେ। 

ଡକ୍ଟର ଗାୱଲି ପରାଗ ହର୍ଷଦ,କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବାବେଳେ ଚକ୍ରବର୍ତ୍ତୀ ସିଂହ ରାଠୋର ଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦାୟିତ୍ୱର ଅତିରିକ୍ତ ଭାର ଦିଆଯାଇଛି । 

ଅନ୍ୟପଟେ, ପ୍ରଣତି ଛୋଟରାୟ,ଗୃହ ବିଭାଗର ଅତିରିକ୍ତ ସଚିବ ପଦରୁ ବଦଳି ହୋଇ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (OMFED)ର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ଏବଂ  ସୁବ୍ରତ କୁମାର ପଣ୍ଡା ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଦାୟିତ୍ୱ ସହ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।