ଆଜି ଜନ୍ମଦିନ: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
"ପ୍ରାକ୍-ସ୍ବାଧୀନତା କାଳରେ ଅଖଣ୍ଡ-ଭାରତବର୍ଷରେ ଯେଉଁ କେତେକ ଧର୍ମନିରପେକ୍ଷ ଆଧ୍ୟାତ୍ମିକ ଆନ୍ଦୋଳନର ଉନ୍ମେଷ ଘଟିଥିଲା, ତନ୍ମଧ୍ୟରୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ସଂସ୍ଥାପିତ "ସତ୍ସଙ୍ଗ" ଅଗ୍ରଗଣ୍ୟ।
Advertisment ୧୮୮୮ ମସିହା ଭାଦ୍ରବ ଶୁକ୍ଲ ନବମୀ (ତାଳନବମୀ) ତିଥିରେ ଶ୍ରୀଶ୍ରୀଠାକୁରଙ୍କର ଆବିର୍ଭାବ ହୋଇଥିଲା।
ପିଲାଟି ଦିନରୁ ମଣିଷର ଦୁଃଖ-କଷ୍ଟ, ଅଭାବ-ଅସୁବିଧା ଦେଖିଲେ ତା"ର ସମାଧାନ ନକରିବା ପର୍ଯ୍ୟନ୍ତ ସେ ସ୍ଥିର ହୋଇ ବସିପାରୁ ନ ଥିଲେ।
ଶ୍ରୀଶ୍ରୀଠାକୁର ମଣିଷକୁ ପ୍ରାଣଭରି ଭଲ ପାଉଥିଲେ ଆଉ କହିଥିଲେ - "ମଣିଷ ଆପଣା ଟଙ୍କା ପର, ଯେତେ ପାରୁଛ ମଣିଷ ଧର।" ଜୀବନର ଲକ୍ଷ୍ୟ- ଅର୍ଥ ଉପାର୍ଜନ ନୁହେଁ, ବରଂ ମଣିଷ ଉପାର୍ଜନ।
Rescue: ୨ ମା"ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ ଅଧୁନା ବାଂଲାଦେଶ ଅନ୍ତର୍ଗତ ହିମାଇତପୁର ଗ୍ରାମର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମିତ ଅନୁକୂଳଚନ୍ଦ୍ର ପିଲାଟି ଦିନରୁ ଥିଲେ ଅସାଧାରଣ।
ଅନ୍ୟର ଅଭାବ-ଅସୁବିଧା ଦେଖିଲେ ତତ୍କାଳ ନିଜର ସମସ୍ତ ସମ୍ବଳକୁ ଅକୁଣ୍ଠିତ ଚିତ୍ତରେ ଦାନ କରୁଥିଲେ।
ଏପରିକି ସ୍କୁଲ୍ରେ ପଢ଼ୁଥିବା ବେଳେ ଜଣେ ଅଭାବୀ ବନ୍ଧୁକୁ ପିନ୍ଧାବସ୍ତ୍ର ଦାନ କରି ଘରକୁ ବିବସ୍ତ୍ର ହୋଇ ଫେରିଥିଲେ।
ବହୁ ଆକଟ-ଶାସନ ଅନୁକୂଳଚନ୍ଦ୍ରଙ୍କ ଏ ସ୍ବଭାବରେ କିନ୍ତୁ ପରିବର୍ତ୍ତନ ଆଣି ପାରି ନ ଥିଲା।
ଆଉ କଲିକତାରେ ଡାକ୍ତରୀ ପଢ଼ିବା ପରେ ରୋଗୀଙ୍କ ଚିକିତ୍ସା ଓ ସେବାରେ ଦିନରାତି ଏକ କରିଦେଇଥିଲେ।
ଫି" ମାଗିବା ତ ଦୂରର କଥା, ରୋଗୀ ଦୁଆରେ ପହଞ୍ଚି ନିଜ ହାତରୁ ତାକୁ ପଥ୍ୟ ଓ ଔଷଧ ଖୁଆଇ ସୁସ୍ଥ କରୁଥିଲେ।
କ୍ରମେ ଯୁବକ ଅନୁକୂଳଚନ୍ଦ୍ର ପାଲଟି ଗଲେ ଲୋକଙ୍କର ଅତିପ୍ରିୟ "ଡାକ୍ତରବାବୁ"।
ସମୟ କ୍ରମେ ମଣିଷକୁ ରୋଗମୁକ୍ତ କରିବା ସହ ତା" ଜୀବନର ସବୁ ସମସ୍ୟାର ସମାଧାନ ଲାଗି ଯେତେବେଳେ ସେ ଅଗ୍ରସର ହେଲେ, ଲୋକେ ଶ୍ରଦ୍ଧାରେ ଡାକିଲେ "ଠାକୁର"।
ଲକ୍ଷ ଲକ୍ଷ ମଣିଷ ତାଙ୍କୁ ଗୁରୁ ରୂପେ ଗ୍ରହଣ କଲେ ଓ ସଫଳତାର ମାର୍ଗ ପାଇଲେ।
Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଶ୍ରୀଶ୍ରୀଠାକୁରଙ୍କୁ ଥରେ ତାଙ୍କର ଉପାର୍ଜନ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, "ଲଭ୍ ଇଜ୍ ମାଇଁ ଏକ୍ସ୍ପେଣ୍ଡିଚର୍, ମ୍ୟାନ୍ ଇଜ୍ ମାଇଁ ଇନକମ୍।" ଅର୍ଥାତ୍, ଭଲପାଇବା ମୋର ବ୍ୟୟ ଏବଂ ମଣିଷ ମୋର ଆୟ।
ଆଜି ତାଙ୍କର ଅବର୍ତ୍ତମାନର ୫୭ ବର୍ଷ ପରେ ମଧ୍ୟ ଜାତି, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ କୋଟି କୋଟି ମଣିଷ ତାଙ୍କୁ ଅନୁସରଣ କରି ଜୀବନରେ ଶାନ୍ତିଲାଭ କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।