Indian reptiles: ଭାରତୀୟ ସରୀସୃପ ନାମକରଣ ପଛର କାହାଣୀ
"ଭାରତରେ ୧୦୪୭ ପ୍ରକାର ସରୀସୃପ ପରିବାର ବାସ କରନ୍ତି ବୋଲି ୨୬୭ ବର୍ଷର ଜୀବବିଜ୍ଞାନ ରେକର୍ଡ ବା ତାଲିକା ସଂଶୋଧନ ହେବା ବେଳେ ଜଣାପଡ଼ିଛି।
୧୭୫୮ ଡିସେମ୍ବର ଏବଂ ୨୦୨୫ ଡିସେମ୍ବର ମଧ୍ୟରେ ଏହି ତାଲିକାରେ ଯେଉଁ ସବୁ ସରୀସୃପଙ୍କ ବିଷୟରେ ବର୍ଣ୍ଣନା ରହିଛି ସେମାନେ ହେଉଛନ୍ତି ୩ ପ୍ରକାର କୁମ୍ଭୀର, ୩୫ ପ୍ରକାର କଇଁଛ, ୩୭୦ ପ୍ରକାର ସାପ ଓ ୪୩୧ ପ୍ରକାର ଗୋଧି ବା ଝିଟିପିଟି।
ସେମାନଙ୍କୁ ୧୭୮ଟି ବର୍ଗ, ୮୩୯ ପ୍ରଜାତି ଓ ୩୦ଟି ଉପ-ପ୍ରଜାତିରେ ବିଭକ୍ତ କରାଯାଇଛି।Advertisment Supremecourt: ହିନ୍ଦୀରେ "ଜନ ସୂଚନା ସେବା" ଆରମ୍ଭ କରିବେ ସୁପ୍ରିମ୍କୋର୍ଟ ଏହି ଗବେଷଣା ଉପରେ ଗତ ଅଗଷ୍ଟ ମାସରେ "ଜୁଟାକ୍ସା" ଜର୍ଣ୍ଣାଲ୍ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା।
ଏହି ଆଲେଖ୍ୟରେ ଉକ୍ତ ସରୀସୃପମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ସବିଶେଷ ବିଶ୍ଳେଷଣ ଏବଂ ସେମାନଙ୍କର ବୈଜ୍ଞାନିକ ନାମର ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି।
ଗବେଷକମାନେ କହନ୍ତି, ଏହା ହେଉଛି ଭାରତୀୟ ସରୀସୃପମାନଙ୍କ ନାମର ଉତ୍ପତ୍ତି ଓ ପରିବର୍ତ୍ତନ ବିଷୟରେ ପ୍ରଥମକରି କରାଯାଇଥିବା ସବିଶେଷ ବିଶ୍ଳେଷଣ।
ବିଜ୍ଞାନ ପ୍ରଦତ୍ତ ନାମରେ କିଭଳି ଭାରତୀୟ ସରୀସୃପମାନଙ୍କର ଶାରୀରିକ ବୈଶିଷ୍ଟ୍ୟ, ଆବିଷ୍କୃତ ସ୍ଥାନ, ସାଂସ୍କୃତିକ ମୂଲ୍ୟବୋଧ, ଭାଷା ଓ ଇତିହାସ ସଂରକ୍ଷିତ ହୋଇ ରହିଛି ତାହା ମଧ୍ୟ ଏହି ଗବେଷଣାରେ ପରୀକ୍ଷା କରାଯାଇଥିଲା।
ଜୀବଜନ୍ତୁମାନଙ୍କର ବୈଜ୍ଞାନିକ ନାମକରଣ କରାଯିବା ଘଟଣାରେ ୧୭୫୮ ମସିହା ଥିଲା ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ।
ତେଣୁ, ସ୍ବିଡେନ୍ ପ୍ରକୃତିବିତ୍ କାର୍ଲ ଲନେଉସ୍ଙ୍କ "ସିଷ୍ଟିମା ନେଚୁରି"ର ଦଶମ ସଂସ୍କରଣକୁ ପ୍ରାଣୀମାନଙ୍କ ଆଧୁନିକ ବୈଜ୍ଞାନିକ ନାମକରଣ କରାଯିବାର ପ୍ରାରମ୍ଭ ପର୍ଯ୍ୟାୟ ବୋଲି କୁହାଯାଏ।
ଜୀବଜନ୍ତୁମାନଙ୍କର ବୈଜ୍ଞାନିକ ନାମକରଣ କରାଯିବା ପ୍ରସଙ୍ଗରେ ୧୭୫୮ ମସିହା ଥିଲା ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ।
ତେଣୁ, ସ୍ବିଡେନ୍ ପ୍ରକୃତିବିତ୍ କାର୍ଲ ଲନେଉସ୍ଙ୍କ "ସିଷ୍ଟିମା ନେଚୁରି"ର ଦଶମ ସଂସ୍କରଣକୁ ପ୍ରାଣୀମାନଙ୍କ ଆଧୁନିକ ବୈଜ୍ଞାନିକ ନାମକରଣ କରାଯିବାର ପ୍ରାରମ୍ଭ ପର୍ଯ୍ୟାୟ ବୋଲି କୁହାଯାଏ।
ଏଥିରେ ଭାରତୀୟ ସରୀସୃପ ବିବିଧତା ଉପରେ ଗୁରୁତ୍ବାରୋପ କରାଯାଇଛି।
ପୁଣି ମଧ୍ୟ କୁହାଯାଇଛି ଯେ ଭାରତ ହେଉଛି ବିଶ୍ବର ପ୍ରମୁଖ ସରୀସୃପ ବିବିଧତା ଅଞ୍ଚଳ ମଧ୍ୟରୁ ଗୋଟିଏ।ପ୍ରକାଶିତ ଆଲେଖ୍ୟରେ ଗବେଷକମାନେ ଦର୍ଶାଇଛନ୍ତି ଯେ, ଅଧିକାଂଶ ସରୀସୃପଙ୍କ ନାମ ଲାଟିନ୍ ଓ କ୍ଲାସିକାଲ୍ ଗ୍ରୀକ୍, ଅଥବା କ୍ଲାସିକାଲ୍ ଲାଟିନ୍ରେ ବ୍ୟବହାର କରାଯାଉ ନ ଥିଲେ ବି ଲାଟିନ୍ ଭାଷାରେ ଅନ୍ତର୍ଭୁକ୍ତ କରାଯାଇଥିବା ଶବ୍ଦରୁ ଆସିଛି।
ସରୀସୃପମାନଙ୍କର ନାମକରଣ ବିଶେଷତଃ ସେମାନଙ୍କୁ ଆବିଷ୍କାର କରାଯାଇଥିବା ସ୍ଥାନକୁ ଭିତ୍ତିକରି କରାଯାଇଛି।
ସ୍ଥାନଭିତ୍ତିରେ ୨୨୭ଟି ସରୀସୃପଙ୍କ ନାମକରଣ କରାଯାଇଥିବା କଥା ଗବେଷକମାନେ କହିଛନ୍ତି।
ସେସବୁ ସ୍ଥାନ ମଧ୍ୟରେ ରହିଛି ଆଣ୍ଡାମାନ ଦ୍ବୀପପୁଞ୍ଜ, ହିମାଳୟ, ଆସାମର ଖାସି ପର୍ବତମାଳା ଓ ଦକ୍ଷିଣ କେରଳର ପ୍ରାଚୀନ ଟ୍ରାଭାେଙ୍କାର୍।
ସେହିପରି, ୨୨୬ ସରୀସୃପଙ୍କ ନାମ ମଣିଷମାନଙ୍କ ନାମାନୁସାରେ ରଖାଯାଇଛି।
Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ କିଛି ସରୀସୃପଙ୍କ ନାମକରଣ ଆଞ୍ଚଳିକ ଭାଷାରୁ ଆସିଛି।
ସେଥିରେ ରହିଛି ୧୯ଟି ବର୍ଗ ଏବଂ ୩୪ ପ୍ରଜାତି ସରୀସୃପଙ୍କ ନାମ।
ଗୋଖର ବର୍ଗ ଓ ପ୍ରଜାତି "ନାଜା" ନାମ ଆସିଛି ସିଂଘଳ "ନାୟା" ଶବ୍ଦରୁ।
ଏହାର ଅର୍ଥ ନାଗ ବା ଗୋଖର।
ସେହିପରି ବୋଡ଼ା ପରିବାର ଅନ୍ତର୍ଭୁକ୍ତ "ଦାବୋଇଆ" ନାମ ଆସିଛି ହିନ୍ଦୀ ଶବ୍ଦ "ଦାବୋହିୟା"ରୁ।
ଏହାର ଅର୍ଥ ଯେ ଆତ୍ମେଗାପନ କରି ରହିବା।
ଚିତ୍ରା ନାମକ କଇଁଛ ପରିବାର ନାମକରଣ ସଂସ୍କୃତ ଶବ୍ଦ "ଚିତ୍ରା"ରୁ ଆସିଛି।
ଏହାର ଅର୍ଥ ବହୁରଙ୍ଗୀ।
ସେମାନଙ୍କ ଖୋଳପା ଓ ବେକରେ ଥିବା ଚିତ୍ରବିଚିତ୍ର ଚିହ୍ନକୁ ଚାହିଁ ଏଭଳି ନାମ ଦିଆଯାଇଛି।
କହିବାକୁ ଗଲେ ଅଧିକାଂଶ ସରୀସୃପ ପ୍ରଜାତିଙ୍କ ନାମ ଭାରତର ବିଭିନ୍ନ ଭାଷାରୁ ନିଆଯାଇଛି।
ତଥାପି କିଛି ସରୀସୃପଙ୍କ ନାମକରଣର ଉତ୍ସ ଏଯାବତ୍ ଜଣାପଡ଼ିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।