ଆଜି ଜାପାନ- ଭାରତ ଐତିହାସିକ ଟି୨୦
କାଣ୍ଟୋ: ଭାରତୀୟ କ୍ରିକେଟ୍ ପାଇଁ ମଙ୍ଗଳବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ମଙ୍ଗଳବାର ଜାପାନ ବିପକ୍ଷରେ ଏକମାତ୍ର ଟି୨୦ ମ୍ୟାଚ୍ ଖେଳିବ; ଯାହା କ୍ରିକେଟ୍ ଇତିହାସରେ ଭାରତୀୟ ଦଳ ପ୍ରଥମଥର ଲାଗି ଜାପାନ ସହ କୌଣସି ଫର୍ମାଟରେ ଏକ ମ୍ୟାଚ୍ ଖେଳିବ। ସୁଜୁକି କପ୍ ନାମରେ ନାମିତ ଏହି ମ୍ୟାଚ୍ ଭାରତ-ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜନ କରାଯାଉଛି। ଜାପାନବାସୀଙ୍କ ମଧ୍ୟରେ କ୍ରିକେଟ୍ର ପ୍ରଚାର ଓ ପ୍ରସାର କରିବାରେ ଏହି ମ୍ୟାଚ୍ ସହାୟକ ହେବ। ଏଥିଲାଗି ଶ୍ରେୟସ ଆୟରଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ଦୁଇଦିନ ହେବ ଜାପାନରେ ପହଞ୍ଚି ପ୍ରସ୍ତୁତି ଚଳାଇଛି। ଭାରତ ତିନି ଥର ଟି୨୦ ବିଶ୍ବ ଚମ୍ପିଆନ୍ ଥିବା ବେଳେ ଜାପାନ ବିଶ୍ବ ମାନ୍ୟତାର ୪୧ତମ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍ ନିଶ୍ଚିତ ଭାବରେ ଏକତରଫା ହେବ। ତେବେ ଏହି ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି।
ମୌସୁମୀ ଅଧିବେଶନ; ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା, ୧ଟା ୧୦ ଯାଏଁ ଗୃହ ମୁଲତବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।