୧୨ ଘଣ୍ଟାରେ ଗଭୀର ଅବପାତ!
ଭୁବନେଶ୍ୱର :ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଅବପାତ। ଗତ ୬ ଘଣ୍ଟାରେ ୧୭ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରୁଛି। ଗୋପାଳପୁର ଓ ପୁରୀ ଠାରୁ ସମାନ ୨୨୦ କିମି ଦୂରରେ ରହିଛି ଅବପାତ। କଳିଙ୍ଗପାଟନମରୁ ୨୩୦ କିମି, ବିଶାଖାପାଟଣାରୁ ୩୨୦ କିମି ଦୂରରେ ରହିଛି। ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ରାତି ଓ ୨୪ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଗଭୀର ଅବପାତର ରୂପ ନେଇ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ।
ମୌସୁମୀ ଅଧିବେଶନ; ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା, ୧ଟା ୧୦ ଯାଏଁ ଗୃହ ମୁଲତବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।