ଆମ୍ବୁଲାନ୍ସରେ ବିସ୍ଫୋରଣ ଘଟି ରୋଗୀଙ୍କ ମୃତ୍ୟୁ

Oct 09, 2026 - 13:30
ଆମ୍ବୁଲାନ୍ସରେ ବିସ୍ଫୋରଣ ଘଟି ରୋଗୀଙ୍କ ମୃତ୍ୟୁ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ହସ୍ପିଟାଲରେ ଘଟିଛି ଅଭବନୀୟ ଘଟଣା । ଗୁରୁବାର ରାତିରେ ହସ୍ପିଟାଲ ପରିସରରେ ରୋଗୀଙ୍କୁ ନେଇ ଯିବାକୁ ଥିବା ଆମ୍ବୁଲାନ୍ସ ଭିତରେ ଭୟଙ୍କର ବିସ୍ଫାରଣ ଘଟି ରୋଗୀ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରୋଗୀଙ୍କୁ ଅକ୍ସିଜେନ ଲଗାଇବାବେଳେ ସିଲିଣ୍ଡରରେ ହଠାତ ନିଆଁଲାଗି ଯାଇଥିଲା । ମୃତକ ହେଲେ କୁଣ୍ଡାବାଇ ଅଞ୍ଚଳର ସୁଯୋଗ ବାରିକ । ସେ ଜଣେ ଥାଲାସେମିଆ ରୋଗୀ । ଉଦଳା ଡାକ୍ତରଖାନାରୁ ତାଙ୍କୁ ଭୁବନେଶ୍ୱର ନେବାକୁ ବାହାରୁଥିବାବେଳେ ଏହି ଅଘଟଣ ଘଟିଥିଲା । ବିସ୍ଫୋରଣରେ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ମଧ୍ୟ ଗୁରୁତର ହୋଇଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆମ୍ବୁଲାନ୍ସର ଛାତ ଉଡ଼ିଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ରୋଗୀଙ୍କୁ ଉଦ୍ଧାର କରି ପୁଣି ଥରେ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । 

ଖବର ନେବାରୁ ଜଣାପଡ଼ିଛି ଉଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୁଯୋଗଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବାର ଥିଲା । ସେଥିପାଇଁ ଏକ ଘରୋଇ ଆମ୍ବୁଲାନ୍ସକୁ ରୋଗୀଙ୍କ ପରିବାର ଲୋକେ ଭଡ଼ାରେ ଆଣିଥିଲେ । ଆମ୍ବୁଲାନ୍ସରେ ରୋଗୀଙ୍କୁ ରଖାଯାଇ ଅସ୍କିଜେନ ସିଲିଣ୍ଡର ଲଗାଯିବା ବେଳେ ଏହି ସିଲିଣ୍ଡର ହଠାଥ ବିସ୍ଫୋରଣ କରିଥିଲା । ଉପସ୍ଥିତ ଲୋକେ ବହୁ କଷ୍ଟରେ ଜଳନ୍ତା ଆମ୍ବୁଲାନ୍ସ ମଧ୍ୟରୁ ରୋଗୀ ଜଣଙ୍କୁ ପଦାକୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଲେଖା ହେବା ବେଳକୁ ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।