ଓଡିଶା ଛବିକୁ ନଷ୍ଟ କରୁଛି ଡବଲ ଇଂଜିନ ସରକାର - ନବୀନ

Oct 09, 2026 - 15:38
ଓଡିଶା ଛବିକୁ ନଷ୍ଟ କରୁଛି ଡବଲ ଇଂଜିନ ସରକାର - ନବୀନ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କର୍ମୀ ଓ ନେତା ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି । 

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି, ବିକାଶ ଓ ସେବାରେ ବିଜେଡି ବିଶ୍ୱାସ କରେ । ବିଜେଡି ସମୟରେ ବିକାଶ ପାଇଁ ଓଡ଼ିଶା ସାରା ବିଶ୍ୱରେ ମଡେଲ ରାଜ୍ୟ ହୋଇଥିଲା । ହେଲେ ଡବଲ ଇଂଜିନ ସରକାର ଓଡ଼ିଶାର ଛବି ମଳିନ କରି ଦେଇଛି । ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ବିଜେଡି କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ । 

ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ କର୍ମୀ, ନେତା ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସାରା ରାଜ୍ୟରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।