ଇଣ୍ଡିମେଣ୍ଟରେ ଯୋଗ ଦେବାବାପାଇଁ ଟିମ୍‌ ଋତବ୍ରତ ପ୍ରସ୍ତୁତ; ମମତାଙ୍କୁ ହଟାଇବାପାଇଁ ସର୍ତ୍ତ

Oct 01, 2026 - 22:32
ଇଣ୍ଡିମେଣ୍ଟରେ ଯୋଗ ଦେବାବାପାଇଁ ଟିମ୍‌ ଋତବ୍ରତ ପ୍ରସ୍ତୁତ; ମମତାଙ୍କୁ ହଟାଇବାପାଇଁ ସର୍ତ୍ତ

"ନୂଆଦିଲ୍ଲୀ : ଭୋଟର ତାଲିକାର ଏସ୍‌ଆଇଆର (ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ତୀବ୍ର ରାଜନୈତିକ ବିବାଦ ମଧ୍ୟରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଡିଟିସି (ଡେମୋକ୍ରାଟିକ୍‌ ତୃଣମୂଳ କଂଗ୍ରେସ) ବିରୋଧୀ ଇଣ୍ଡିମେଣ୍ଟରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛି ।

କିନ୍ତୁ ଏହା ଏକ ସର୍ତ୍ତ ରଖିଛି ଏବଂ ତାହା ହେଉଛି ମମତା ବାନାର୍ଜୀ ମେଣ୍ଟରୁ ହଟି‌ବେ ।

ମମତାଙ୍କୁ ଇଣ୍ଡି ମେଣ୍ଟରୁ ବାହାର କରିବା ଉପରେ ବିଚାର କରିବାପାଇଁ ଡିଟିସି ଚିଫ୍‌ ହ୍ବିପ୍‌ ଏମ୍‌ଡି ଅଖରୁଜ୍ଜମାନ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ।

ମମତା ବିଜେପିକୁ ସୁହାଇବାଭଳି କାମ କରୁଛନ୍ତି ବୋଲି ଡିଟିସି ଚିଫ୍‌ ହ୍ବିପ୍‌ କହିଛନ୍ତି ।Advertisment Arrest: କୋଲକାତା ଗ‌ଞ୍ଜେଇ ଚୋରା ଚାଲାଣ!

୩ ସନ୍ଦିଗ୍ଧ ବାଲାଂଦେଶୀ ମହିଳା ସହ ୪ ଗିରଫ ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜେପିର ବି-ଟିମ୍‌ ଭଳି କାମ କରୁଛି ଏବଂ ଦଳ ଦାବି କରିଛି ଯେ ଅନେକ କ୍ଷେତ୍ରରେ ମମତାଙ୍କ ଦଳ ସଂସଦରେ ଶାସକ ଦଳକୁ ସହଯୋଗ କରିଛି ।

ଗୁରୁତ୍ବପୂର୍ଣ୍ଣ ‌ଭୋଟ୍‌ ସମୟରେ ଏହା ନିରବ ରହି ହେଉ କିମ୍ବା କକ୍ଷତ୍ୟାଗ କରି ଶାସକ ଦଳକୁ ସହଯୋଗ କରିଛି ।

ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଟିଏମ୍‌ସି ବିରୋଧୀ ମେଣ୍ଟକୁ ଦୁର୍ବଳ କରିଦେଇଛି ।

ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ଯେ ମମତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଶ୍ଚିମବଙ୍ଗରେ ପ୍ରଚାର କରାଇ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ କଠୋର ସମାଲୋଚନା କରିଛନ୍ତି ।

ଯେତେବେଳେ ବି ବିଜେପି ବିରୋଧରେ ଲଢ଼େଇ ତୀବ୍ର ହୋଇଛି ସେତେବେଳେ ସେ ମେଣ୍ଟରୁ ଦୁରେଇ ରହିଛନ୍ତି ବୋଲି ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।