ଇରାନ ଯୁଦ୍ଧକୁ ମଧ୍ୟବର୍ତ୍ତୀ ନିର୍ବାଚନ ପରାଜୟର କାରଣ ଦର୍ଶାଇ ହେଗ୍‌ସେଥ୍‌ଙ୍କୁ ଘେରିଲେ ରିପବ୍ଲିକାନ୍‌ ନେତା

Nov 05, 2026 - 20:11
ଇରାନ ଯୁଦ୍ଧକୁ ମଧ୍ୟବର୍ତ୍ତୀ ନିର୍ବାଚନ ପରାଜୟର କାରଣ ଦର୍ଶାଇ ହେଗ୍‌ସେଥ୍‌ଙ୍କୁ ଘେରିଲେ ରିପବ୍ଲିକାନ୍‌ ନେତା

ୱାଶିଂଟନ : ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିର ଶୋଚନୀୟ ପରାଜୟ ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ଙ୍କ ଉପରେ ଦଳ ଭିତରୁ ଚାପ ବଢ଼ିବାରେ ଲାଗିଛି ।

ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ଓ ଏହାକୁ ଦୀର୍ଘସ୍ଥାୟୀ କରିବାରେ ତାଙ୍କର ଭୂମିକାକୁ ନିର୍ବାଚନୀ ପରାଜୟର ଏକ ପ୍ରମୁଖ କାରଣ ବୋଲି କେତେକ ରିପବ୍ଲିକାନ୍‌ ନେତା ଦର୍ଶାଇଛନ୍ତି ।

ଏପରିକି ଦଳର ସାଂସଦ ଟମାସ୍‌ ମାସି ହେଗ୍‌ସେଥ୍‌ଙ୍କୁ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

Advertisment ମଙ୍ଗଳବାର ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍‌ ପାର୍ଟି କଂଗ୍ରେସର ଉଭୟ ସଦନରେ ନିୟନ୍ତ୍ରଣ ହାସଲ କରିଛି ।

ଏହି ପରାଜୟ ପରେ ରିପବ୍ଲିକାନ୍‌ ଶିବିରରେ ଇରାନ ଯୁଦ୍ଧକୁ ନେଇ ଆତ୍ମସମୀକ୍ଷା ଆରମ୍ଭ ହୋଇଛି ।

ଯୁଦ୍ଧର କୌଣସି ସ୍ପଷ୍ଟ ଅନ୍ତିମ ଲକ୍ଷ୍ୟ ନଥିବା, ଇରାନକୁ ଆତ୍ମସମର୍ପଣ କରାଇବାରେ ସାମରିକ ଆକ୍ରମଣ ବିଫଳ ହୋଇଥିବା ଏବଂ ଏହା ଆମେରିକାର ଅର୍ଥନୀତି ଓ ଜୀବନଧାରଣ ଖର୍ଚ୍ଚ ଉପରେ ଚାପ ପକାଇଥିବା ନେଇ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Odisha CM Assures Support ବାତ୍ୟା ଅର୍ଣ୍ଣବ ଥଇଥାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଧାୟକଗଣ ସାଂସଦ ଟମାସ୍‌ ମାସି ଗତ ସେପ୍ଟେମ୍ବରରେ ହେଗ୍‌ସେଥ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ ।

କଂଗ୍ରେସର ଅନୁମତି ବିନା ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରି ସେ ନିଜ କ୍ଷମତାର ଅପବ୍ୟବହାର କରିଥିବା ମାସି ଅଭିଯୋଗ କରିଥିଲେ ।

ବୁଧବାର ସେ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ କହିଛନ୍ତି ଯେ ହେଗ୍‌ସେଥ୍‌ ଇସ୍ତଫା ଦେଲେ ସେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପୁଣି ଆଣିବେ ନାହିଁ ।

ଆସନ୍ତା ସପ୍ତାହରେ କଂଗ୍ରେସର ଅଧିବେଶନ ଆରମ୍ଭ ହେଲେ ଏହି ପ୍ରସ୍ତାବ ଉପରେ ଭୋଟ୍‌ ହେବାର ସମ୍ଭାବନା ରହିଛି ।

ହେଗ୍‌ସେଥ୍‌ଙ୍କୁ ନେଇ ରିପବ୍ଲିକାନ୍‌ ଶିବିରରେ ଅସନ୍ତୋଷ ବଢ଼ୁଥିବା ସତ୍ତ୍ୱେ ଟ୍ରମ୍ପ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ବୁଧବାର ସାମ୍ବାଦିକମାନେ ହେଗ୍‌ସେଥ୍‌ଙ୍କୁ ପଦରୁ ହଟାଇବା ସମ୍ପର୍କରେ ପଚାରିବାରୁ ଟ୍ରମ୍ପ କହିଥିଲେ ଯେ ସେ ନିଜ କାମ ଭଲ ଭାବେ କରୁଛନ୍ତି ।

ତାଙ୍କୁ ପଦରୁ ହଟାଇବାର କୌଣସି ଯୋଜନା ନାହିଁ ।

ତେବେ ଉପରାଷ୍ଟ୍ରପତି ଜେ.ଡି.

ଭାନ୍ସ ଇରାନ ଯୁଦ୍ଧର ଆବଶ୍ୟକତା ଓ ପରିଣାମ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରିପବ୍ଲିକାନ୍‌ ପାର୍ଟି ନିର୍ବାଚନରେ ହାରିବା ପଛରେ ଯୁଦ୍ଧ ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରତିରକ୍ଷା ବିଭାଗ କହିଛି ଯେ ହେଗ୍‌ସେଥ୍‌ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନିଜ ପଦରେ ରହିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଡେମୋକ୍ରାଟ୍‌ ନେତାମାନେ ହେଗ୍‌ସେଥ୍‌ଙ୍କ କାର୍ଯ୍ୟକଳାପର ତଦନ୍ତ କରିବାକୁ ଘୋଷଣା କରିଛନ୍ତି ।

ଇରାନ ଯୁଦ୍ଧ ପରିଚାଳନା, ସାମରିକ ଅଧିକାରୀଙ୍କ ବଦଳି, ୟୁକ୍ରେନ୍‌ ନୀତି ଏବଂ ଲାଟିନ୍‌ ଆମେରିକାରେ ନିଶାଦ୍ରବ୍ୟ ଚୋରାଚାଲାଣ ସନ୍ଦେହରେ ଜାହାଜ ଉପରେ ଆକ୍ରମଣ ଭଳି ପ୍ରସଙ୍ଗ ତଦନ୍ତ ପରିସରକୁ ଆସିପାରେ ।

ଏହି ଆକ୍ରମଣଗୁଡ଼ିକ ଯୁଦ୍ଧ ଅପରାଧର ଶ୍ରେଣୀଭୁକ୍ତ ହୋଇପାରେ ବୋଲି ଡେମୋକ୍ରାଟ୍‌ ସାଂସଦମାନେ ଅଭିଯୋଗ କରିଛନ୍ତି ।

ସାଂସଦ ଜେସନ୍‌ କ୍ରୋ ଓ ପାଟ୍ରିକ୍‌ ରିଆନ୍‌ ମଧ୍ୟ ହେଗ୍‌ସେଥ୍‌ଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।