Postal Divisions May Return ପୁଣି ଭୁବନେଶ୍ୱର ଅଧୀନକୁ ଫେରିବ ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳ
ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ମୟୁରଭଞ୍ଜ ଓ ରାଇରଙ୍ଗପୁର ଡାକମଣ୍ଡଳକୁ ଭୁବନେଶ୍ବର ମୁଖ୍ୟାଳୟ କ୍ଷେତ୍ର ଅଧୀନକୁ ଆଣିବାକୁ ପ୍ରସ୍ତାବ ଦିଆଯାଇଛି।
ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ଖୁବ୍ଶୀଘ୍ର ମୋହର ବାଜିବ ବୋଲି ଜଣାଯାଇଛି।
Advertisment Invest in Postal Savings, Earn Profits!: ପୋଷ୍ଟାଲ୍ରେ ନିବେଶ କରନ୍ତୁ, ଲାଭ ପାଆନ୍ତୁ!
ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳକୁ ସମ୍ବଲପୁର କ୍ଷେତ୍ର ଅଧୀନକୁ ନେବା ନିଷ୍ପତ୍ତି ଉପରେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ ମହଲ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାଞ୍ଜସେନା ପକ୍ଷରୁ ବିରୋଧ କରାଯାଇଥିଲା।
ହିମାଚଳ ନିର୍ବାଚନ: ପୋଷ୍ଟାଲ୍ ବାଲଟ୍ରେ ଭୋଟ୍ ଦେଲେ ଭାରତର ପ୍ରଥମ ଭୋଟର୍ ୧୦୬ ବର୍ଷିୟ ଶ୍ୟାମଶରଣ ନେଗି ଓଡ଼ିଶା ଡାକ ମଣ୍ଡଳ ପକ୍ଷରୁ ନିଷ୍ପତ୍ତିକୁ ପୁନଃ ସମୀକ୍ଷା କରି ଉଭୟ ମଣ୍ଡଳକୁ ପୁଣି ଥରେ ଭୁବନେଶ୍ୱର ମୁଖ୍ୟାଳୟ କ୍ଷେତ୍ର ଅଧୀନରେ ରଖିବା ପାଇଁ ନୂଆଦିଲ୍ଲୀକୁ ପ୍ରସ୍ତାବ ପଠାଯାଇଛି।
ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ, ଓଡ଼ିଶାଙ୍କ ପକ୍ଷରୁ ୪ ନଭେମ୍ବର ୨୦୨୬ରେ ଚିଠି ନଂ Y-୨୭/୧୭/୨୦୨୬ ଯୋଗେ ଡାକ ନିର୍ଦ୍ଦେଶାଳୟକୁ ଏହି ପ୍ରସ୍ତାବ ପଠାଯାଇଛି।
ପୂର୍ବରୁ ୧୨ ଅକ୍ଟୋବର ୨୦୨୬ରେ ଉଭୟ ମଣ୍ଡଳକୁ ସମ୍ବଲପୁରକୁ ସ୍ଥାନାନ୍ତର ପାଇଁ ଅନୁମୋଦନ ହୋଇଥିଲା ଓ ୧୫ ଅକ୍ଟୋବର ୨୦୨୬ରେ ଅର୍ଡର ବାହାରିଥିଲା।
ଏହାକୁ ନେଇ ବାରିପଦାସ୍ଥିତ ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ ଗଭ୍ ପେନସନର ଆସୋସିଏସନ ଓ ଡାକ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ।
Post Office Scheme: ପୋଷ୍ଟ ଅଫିସ୍ର ଏହି ଯୋଜନାରେ ମାସକୁ ୬,୦୦୦ ଟଙ୍କା ଜମା କରନ୍ତୁ, ୫ ବର୍ଷରେ ମିଳିବ ୪.୨୮ ଲକ୍ଷ ଟଙ୍କା!
ପ୍ରାଶାସନିକ ସୁବିଧା ଓ ଭୌଗଳିକ ଦୃଷ୍ଟିରୁ ଉଭୟ ମଣ୍ଡଳକୁ ଭୁବନେଶ୍ୱରରେ ରଖିବା ପାଇଁ ନୂଆ ପ୍ରସ୍ତାବରେ କୁହାଯାଇଛି।
ଏହି ଅନୁଯାୟୀ ଭୁବନେଶ୍ୱର ରିଜିଅନରେ ୧୦ଟି, ବ୍ରହ୍ମପୁରରେ ୮ଟି ଓ ସମ୍ବଲପୁରରେ ୬ଟି ମଣ୍ଡଳ ରହିବ।
ଏପିଟି ୨.୦ ମ୍ୟାପିଂ ଯୋଗୁଁ ପୁରୁଣା ଅର୍ଡରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।
ଏନେଇ ଦୁଇ ମଣ୍ଡଳର ଗ୍ରାହକ ଓ ଡାକ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।