ଏସିଆନ ଗେମ୍ସ ରେ ଭାରତକୁ ମିଳିଲା ୩ଟି ସ୍ବର୍ଣ୍ଣ
ନୂଆଦିଲ୍ଲୀ : ଏସିଆନ ଗେମ୍ସରେ ଭାରତର ସଫଳତା । ଲଗାତାର ତୃତୀୟ ଥର ପାଇଁ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସ-ରେ ଭାରତୀୟ ମହିଳା କବାଡି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି ।
ଶନିବାର ଅନୁଷ୍ଠିତ ଏକ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା କବାଡି ଦଳ ଇରାନକୁ ୩୭-୩୪ ବ୍ୟବଧାନରେ ପରାସ୍ତ କରି ଦେଶ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଏସିଆନ ଗେମ୍ସ ରେ ଭାରତୀୟ ମହିଳା କ୍ରିକେଟ ଦଳ T20ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନ୍ରେ ହରାଇ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ।
ସେହିପରି ,କମଲଜିତ ଓ ସୁରୁଚି ସିଂ ଶୁଟିଂ (୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍) ରେ ରେକର୍ଡ ସହ ଦେଶକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଥିଲେ ଏବଂ ଶନିବାର ଖେଳାଯାଇଥିବା ମହିଳା ଦଳଗତ କବାଡିରେ ଏକ ରୋମାଞ୍ଚକର ମ୍ୟାଚ ରେ ଇରାନ ମହିଳା ଦଳକୁ ହରାଇ ତୃତୀୟ ସ୍ୱର୍ଣ୍ଣ ହାସଲ କରିଛନ୍ତି ।
ଏହି ୩ଟି ସ୍ୱର୍ଣ୍ଣ ପଦକ ସହିତ ଭାରତ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଅନେକ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ନିଜର ପଦକ ତାଲିକା ବୃଦ୍ଧି କରିବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।