କୁକୁରଙ୍କୁ ବୁଲାଇ ଦୈନିକ ରୋଜଗାର ୫୦ ହଜାର
ୟୁକେର ୩୦ ବର୍ଷୀୟା ଲିଜ୍ ଇଷ୍ଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ନିକଟରେ ସେ ପ୍ରକାଶ କରିଛନ୍ତି କି ସେ ଦିନକୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ହେଲେ ସେ ଏହି ଅର୍ଥ କେବଳ କୁକୁର ବୁଲାଇବା ପାଇଁ ରୋଜଗାର କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଗୋଟିଏ ଲ' ଫାର୍ମରେ ଦୈନିକ ୧୨ ଘଣ୍ଟା କାମ କରୁଥିବା ଲିଜ୍, ସେହି କର୍ପୋରେଟ୍ ଚାକିରି ଛାଡ଼ିବା ପାଇଁ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଦିନକୁ ୪ ଥର ୨୦ ରୁ ୩୦ଟି କୁକୁରଙ୍କୁ ବୁଲାଇବାକୁ ନେଉଥିବା ବେଳେ କୁକୁର ପିଛା ଘଣ୍ଟାକୁ ପ୍ରାୟ ୧,୭୦୦ ଟଙ୍କା ଚାର୍ଜ କରୁଛନ୍ତି । କୁକୁରଗୁଡ଼ିକୁ ନେବା ଆଣିବା କରିବା ପାଇଁ ସେ ଗୋଟିଏ ଭ୍ୟାନ୍ ମଧ୍ୟ କିଣିଛନ୍ତି । ନିଜର ପୂର୍ବ ଚାକିରି ତୁଳନାରେ ଅଧା ସମୟ କାମ କରି ସେ ଅଧିକ ରୋଜଗାର କରୁଛନ୍ତି ଏବଂ ଏହି କାମକୁ ବେଶ୍ ଉପଭୋଗ କରୁଥିବାରୁ ପୁରୁଣା ଚାକିରିକୁ ଫେରିବାକୁ ଚାହୁଁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ବିଶେଷଭାବେ ଯୁବପିଢି ଏହି ବୃତ୍ତିକୁ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।