ଏସିଆନ ଗେମ୍ସ -୨୦୨୬ , କ୍ରିକେଟରେ ଟିମ ଇଣ୍ଡିଆର ସ୍ୱର୍ଣ୍ଣିମ ବିଜୟ

Oct 03, 2026 - 14:11
ଏସିଆନ ଗେମ୍ସ -୨୦୨୬ , କ୍ରିକେଟରେ ଟିମ ଇଣ୍ଡିଆର ସ୍ୱର୍ଣ୍ଣିମ ବିଜୟ

ନୂଆଦିଲ୍ଲୀ :  ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ଲଗାତାର ୨ୟ ଥର ପାଇଁ ଜିତିଲା ସ୍ବର୍ଣ୍ଣ । ଟି-୨୦ କ୍ରିକେଟ ଫାଇନାଲରେ ପାକିସ୍ତାନକୁ ୧୯ ରନରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଟିମ୍ ଇଣ୍ଡିଆ । ଏହା ସହିତ ଭାରତୀୟ କ୍ରିକେଟ୍ ଏହି ଟୁର୍ନାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଡବଲ୍ ଗୋଲ୍ଡ (Double Gold) ଜିତି ଇତିହାସ ରଚିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟରେ ୨୧୧ ରନ କରିଥିଲା । ୨୧୧ ରନର ବଡ଼ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ସଫଳ ହୋଇପାରିନଥିଲା । ପାକିସ୍ତାନର ହସନ ନୱାଜ ୩୪ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ । କିନ୍ତୁ ଶେଷରେ ପାକିସ୍ତାନ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୯୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତୀୟ ପୁରୁଷ ଦଳ ୧୯ ରନରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିପାରିଛି । 

ଏହା ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ଥିଲା । ଭାରତ ପାଇଁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଅଭିଷେକ ୨୮ ବଲ୍ ରେ ୩ ଚୌକା ଏବଂ ୭ ଛକା ସହାୟତାରେ ୬୧ ରନ କରିଥିଲେ। ତିଲକ ୨୨ ବଲ୍ ରେ ୩ ଚୌକା ଏବଂ ୪ ଛକା ସହାୟତାରେ ୫୧ ରନ କରିଥିଲେ। ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟରେ ୧୯୨ ରନ କରିପାରିଥିଲା । ଭାରତ ୧୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲା। ୨୦୧୨ରେ ଭାରତ ପାକିସ୍ତାନ ବିପକ୍ଷରେ ୧୯୨ ରନ କରିଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।