ସାହସୀ କ୍ୟାପଟେନ ସ୍ମିତ ମଛାରଙ୍କ ସହ କଥା ହେଲେ ପ୍ରଧନମନ୍ତ୍ରୀ
ନୂଆଦିଲ୍ଲୀ : ଫ୍ଲାଇଦୁବାଇ ପାଇଲଟର ସାହସୀ କ୍ୟାପଟେନ ସ୍ମିତ ମଛାରଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ସାହସିକତା କୁ ଦୃଢତାର ସହ ପ୍ରଶଂସା କରିଛନ୍ତି । କ୍ୟାପଟେନ୍ ସ୍ମିତ ନିଜର ଅନୁଭବ ଏବଂ ଘଟଣା ସମୟରେ କିଭଳି ସାହସ ପାଇଥିଲେ, ସେ ବିଷୟରେ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାହାଦୂରୀ ପାଇଁ ପ୍ରଶଂସା କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ମିତ ଏବେ ଆବୁଧାବିର ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ସ୍ମିତଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ ସ୍ମିତଙ୍କୁ "ପ୍ରକୃତ ହିରୋ" ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ ସ୍ମିତ ନିଜ ଜୀବନକୁ ବାଜି ଲଗାଇ ଆଉ ଏକ 9/11 ଭଳି ଭୟଙ୍କର ଆତଙ୍କବାଦୀ ସଦୃଶ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି । ତାଙ୍କ ଏଭଳି ପରାକ୍ରମରେ ଆମେ ଗର୍ବିତ । ଆଜି ସମଗ୍ର ଦୁନିଆ ତାଙ୍କ ଉପରେ ଗର୍ବ ଅନୁଭବ କରୁଛି । ଆମେ ସମସ୍ତେ ସ୍ମିତକୁ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛୁ, ଆମେ କରୁଛୁ । ଏହାପରେ ପ୍ରଧାନମନ୍ତ୍ରୀ ୟୁପିଏସସିର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଦେଶବାସୀଙ୍କୁ ସ୍ମିତଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଅପିଲ୍ କରିଥିଲେ ।
ସୂଚନାନୁସାରେ, ସେପ୍ଟେମ୍ବର ୩୦, ୨୦୨୬ ଦିନ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନର କକ୍ପିଟ୍ ଭିତରେ ସ୍ମିତ ମଛାରଙ୍କୁ ଛୁରାମାଡ଼ କରିଥିଲେ କୋ-ପାଇଲଟ୍ । ଏହା ସହ ପ୍ଲେନ କୁ ହାଇଜାକ କରି କ୍ରାଶ୍ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ରକ୍ତାକ୍ତ ଅବସ୍ଥାରେ ମଧ୍ୟ ଲଢେ କରି ସ୍ମିତ ଏମେର୍ଜେନ୍ସି ସୁଇଚ ଅନକରି କକପିଟ ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ । ଯାହାଫଳରେ ବିମାନର କ୍ର୍ୟୁ ସଦସ୍ୟ ଓ ଯାତ୍ରୀମାନେ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରି ନେଇଥିଲେ ଏହାଦ୍ୱାରା ବିମାନରେ ଥିବା ୧୭୪ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।