କାନ୍ଥ ପଡି ମହିଳା ଗୁରୁତର
ମୋହନା: ମୋହନା ବ୍ଲକ ଅନ୍ତର୍ଗତ ତଳସିଂ ଗାଁରେ ଆଜି ହଠାତ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ଜଣେ ମହିଳା କାନ୍ଥ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣା ଘଟିବା ମାତ୍ରେ ଗାଁରେ ହଇଚଇ ସୃଷ୍ଟି ହୋଇଥିଲା I ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଇଏମଟି ବିଦ୍ୟାଧର ସାହୁ, ସହଯୋଗୀ ମଧୁ ଦଳବେହେରା ଏବଂ ଗାଡ଼ି ଚାଳକ ତ୍ରିନାଥ ଶବର ମହିଳାଙ୍କୁ କାନ୍ଥ ତଳୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଭିତରେ ଇଏମଟି ବିଦ୍ୟାଧର ସାହୁ ପ୍ରାଥମିକ ଚିକିତ୍ସା ଯୋଗାଇ ତୁରନ୍ତ ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଘଟଣ ଘଟିବା ପୂର୍ବରୁ ଆମ୍ବୁଲାନ୍ସ ପହଞ୍ଚିଥିବାରୁ ମହିଳାଙ୍କ ଜୀବନ ରକ୍ଷା ପାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏହି ତିନି ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଓ କର୍ତ୍ତବ୍ୟନିଷ୍ଠାକୁ ତଳସିଂ ଗ୍ରାମବାସୀ ବହୁତ ପ୍ରଶଂସା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।