ଆଦର୍ଶ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ଫେରାର

Sep 25, 2026 - 03:57

ଗୁରୁଡ଼ିଝାଟିଆ: ଆଠଗଡ ବ୍ଲକର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଣୀବଣିଆ ଆଦର୍ଶ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା କାଏଦୀ ସୁନୀଲ ଜେନା ଫେରାର ହେବା ଘଟଣା ଜେଲ୍ ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ସୃଷ୍ଟି କରିଛି। କଏଦୀ ଫେରାର ଘଟଣାରେ କାରାଗାର ଅଧିକାରୀ ଓ କର୍ମଚାରୀ ସମ୍ପୃକ୍ତ କି ନୁହେଁ ସେ ନେଇ ତଦନ୍ତ ଦେବାର ଆବଶ୍ୟକତା ରହିଛି।

ପ୍ରକାଶ ଯୋଗ୍ୟ ଚୌଦ୍ଵାର ଜେଲ୍ ର ଜେଲରଙ୍କ ଭୂମିକା ସମଗ୍ର ରାଜ୍ୟରେ ବାଡ ଖାଏ କ୍ଷେତ ପରି ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆଜି ସଜ୍ଜା କାଟୁଥିବା କଏଦୀ ଫେରାର ହେବା ଘଟଣା ରାଣୀ ବଣିଆ ଆଦର୍ଶ ଜେଲ୍ ର କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ନେଇ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।  ଫେରାର କଏଦୀ କୁ ଧରିବା ପାଇଁ ପୁଲିସ ବିଭିନ୍ନ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ୱର ଆଦି ସ୍ଥାନରେ ଚଢାଉ ଜାରି ରଖିଛି। ପ୍ରକାଶ ଯୋଗ୍ୟ ଆଜି ଅପରାହ୍ନରେ ଜେଲ୍ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ସଜ୍ଜା କାଟୁଥିବା କଏଦୀ ସୁନୀଲ ନାହିଁ। ତେଣୁ ସ୍ଥାନୀୟ ଖଣ୍ଟୁଣୀ ପୁଲିସ କୁ ରାତ୍ରୀ ରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଜହାର ଆବେଦନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କୁ ଅବଗତ କରାଇଥିଲେ।         ଏସଡିପିଓ ଉମାକାନ୍ତ ନାୟକ ଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ଚାଢ଼ାଉ ଜାରି ରହିଛି। ପୁଲିସ ସୂତ୍ର ପ୍ରକାଶ  ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ଏକ ତରଫା ପ୍ରେମ ବ୍ୟାପାର କୁ ନେଇ ଅଭିଯୁକ୍ତ ସୁନୀଲ  ଯୁବତୀର ମା,ବାପା ଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା। ଏଥିରେ ଯୁବତୀ ମଧ୍ୟ ଗୁରୁତର ଆହାତ ହୋଇଥିଲେ। ଯାଜପୁର ଜିଲ୍ଲା ପୁଲିସ ର ସ୍ୱତନ୍ତ୍ର ସ୍କର୍ଡ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଗତ ଏପ୍ରିଲ ମାସ ରେ ରାଣୀ ବଣିଆ ଆଦର୍ଶ କାରାଗାର ରେ ଆଜୀବନ ସଜ୍ଜା କାଟୁଥିଲା। ଅଭିଯୁକ୍ତର ଘର ଧର୍ମଶାଳା ଥାନା ମିର୍ଜାପୁର ଗାଁ ରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।