ଚିଲିକାରେ ପାଣିର ଉଗ୍ର ରୂପ

Sep 24, 2026 - 12:21

ବାଣପୁର : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ସକାଳୁ ଦେଖିବାକୁ ମିଳିଛି ପାଣିପାଗର ଉଗ୍ର ରୂପ। ବାତ୍ୟା ଅର୍ଣ୍ଣବକୁ ନେଇ ଲଗାଣ ବର୍ଷା ସାଙ୍ଗକୁ ଚିଲିକା ଅଞ୍ଚଳରେ ଜୋରଦାର ପବନ ବହୁଥିବାରୁ ପରିବେଶ ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି। ଚିଲିକାର ଜଳ ରାଶିରେ ଉଠୁଛି ବଡ଼ ବଡ଼ ଢେଉ, ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଓ ପବନର ପ୍ରଭାବ ଜନଜୀବନ ଉପରେ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ପାଣିପାଗ ବିଭାଗର ସତର୍କତା ମଧ୍ୟରେ ଚିଲିକା ଅଞ୍ଚଳରେ ନଜର ରଖିଛି ପ୍ରଶାସନ। ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ କାମ ଥିଲେ ଲୋକମାନଙ୍କୁ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ।

ଅର୍ଣ୍ଣବ ପ୍ରଭାବରେ ବେହାଲ ମାଲକାନଗିରି; ପୋଲ ଉପରେ ବନ୍ୟାଜଳ, ଯାତାୟାତ ଠପ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।