ଚୀନରେ କେଶରେ ପ୍ରସ୍ତୁତ ହେଉଛି କଳାକୃତି

Oct 03, 2026 - 15:36
ଚୀନରେ କେଶରେ ପ୍ରସ୍ତୁତ ହେଉଛି କଳାକୃତି

 

ଚୀନ୍‌ରେ ରେଶମ କିମ୍ବା ସାଧାରଣ ସୂତା ବଦଳରେ ମଣିଷ କେଶ ବ୍ୟବହାର କରି ସୂକ୍ଷ୍ମ ଏବଂ ଆକର୍ଷଣୀୟ କାରୁକାର୍ଯ୍ୟ (ଏମ୍ବ୍ରୋଡରୀ) କରିବାର ଏକ ନିଆରା ପରମ୍ପରା ପାଳନ ହୋଇଥାଏ । ଯେଉଁଥିରେ ମଣିଷ, ଜୀବଜନ୍ତୁ, ଫୁଲ, ପକ୍ଷୀ ଓ ପ୍ରାକୃତିକ ଦୃଶ୍ୟାବଳୀର ଚିତ୍ର ପ୍ରସ୍ତୁତ କରାଯାଇଥାଏ । ଏହି କଳା ପାଇଁ ଅତି କମ୍‌ରେ ୩୦ ସେଣ୍ଟିମିଟର ଲମ୍ବର କେଶ ଆବଶ୍ୟକ ହୋଇଥାଏ । ଯାହାକୁ ପ୍ରଥମେ ସଫା କରି ନରମ କରାଯିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରାଯାଇଥାଏ । କେଶ ଅତ୍ୟନ୍ତ ପତଳା ହୋଇଥିବାରୁ ଏହି ସମ୍ପୂର୍ଣ୍ଣ କାମ ହାତରେ ହୋଇଥାଏ । ପୂର୍ବରୁ କେବଳ କଳା କେଶ ବ୍ୟବହାର ହେଉଥିବାରୁ ଏହାକୁ 'ଇଙ୍କ୍ ଏମ୍ବ୍ରୋଇଡରୀ' କୁହାଯାଉଥିଲା । ମାତ୍ର ବର୍ତ୍ତମାନ କେଶକୁ ରଙ୍ଗ କରି ରଙ୍ଗୀନ ଚିତ୍ର ମଧ୍ୟ ତିଆରି କରାଯାଉଛି । ଚୀନ୍‌ର ଡୋଙ୍ଗତାଇରୁ ଟାଙ୍ଗ୍ ରାଜବଂଶ ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ କଳାର ଏକ ପ୍ରମୁଖ ଉଦାହରଣ ହେଉଛି ୧୨.୪ ମିଟରରୁ ଅଧିକ ଲମ୍ବ ବିଶିଷ୍ଟ 'ପ୍ରୋସପରସ୍ ସୁଝୋଉ' । ଯାହାକୁ ୧୦ ଜଣରୁ ଅଧିକ ଶିଳ୍ପୀ ୩ ବର୍ଷ ଧରି ତିଆରି କରିଥିଲେ । ଏଥିରେ ୧୨,୦୦୦ ମାନବ ଆକୃତି, ୪୦୦ ଡଙ୍ଗା ଓ ୫୦୦ ଦୋକାନର ସାଇନ୍‌ବୋର୍ଡ ସ୍ଥାନ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।