ଚୋରା ବାଲିରେ ଫସିଯାଇ ୩ ନାବାଳିକାଙ୍କ ମୃତ୍ୟୁ

Sep 16, 2026 - 12:56
ଚୋରା ବାଲିରେ ଫସିଯାଇ ୩ ନାବାଳିକାଙ୍କ ମୃତ୍ୟୁ

ସୁନ୍ଦରଗଡ଼ : ବୀରମିତ୍ରପୁର ରାଏବଗା ଥାନା ସଲଙ୍ଗାବାହାଲ ରେ ଅଘଟଣ । ଶଙ୍ଖ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ୩ ନାବାଳିକାଙ୍କ ଶୋଚନୀୟ ମୃତ୍ୟୁ । କରମା ପୂଜା ପାଇଁ ଗାଧୋଇ ସାରି ବାଲି ଆଣିବାକୁ ୫ ଜଣ ବାଳିକା ଯାଇଥିଲେ । ତେବେ ଗାଧୋଇବାବେଳେ ନଦୀରେ ଚୋରା ବାଲିରେ ଫସି ଯାଇ ଜଣକ ପରେ ଜଣେ  ପିଲା ବୁଡିଯାଇଥିଲେ । ମୃତ ନାବାଳିକାଙ୍କ ବୟସ ଯଥାକ୍ରମେ ୬ , ୭ ଓ ୯ ବର୍ଷ ଏବଂ ସମସ୍ତେ ସଲଙ୍ଗାବାହାଲ ଗାଁର ବୋଲି ସୂଚନା ମିଳିଛି । 

ସୂଚନା ଅନୁଯାୟୀ, ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟରେ ଢିପାପଡ଼ା ଓ ମଝାଟୋଲି ଅଞ୍ଚଳର ୫ ଜଣ ସାଙ୍ଗ ଗାଧୋଉଥିଲେ । ଗାଧୋଇସାରି ପୂଜା ପାଇଁ ବାଲି ଆଣିବାକୁ ୩ ପିଲା ନଦୀ ଭିତରକୁ ପଶିଯାଇ ବୁଡି ଯାଇଥିଲେ । ଅନ୍ୟ ୨ ପିଲାଙ୍କ ଠାରୁ ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଘଟଣାର ସୂଚନା ପାଇ ରାଏବୋଗା ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାଏବୋଗା ଥାନାରେ ଅପମୃତ୍ୟୁ ମାମଲା ନଂ-୦୯/୨୬ ରୁଜୁ ହୋଇଛି । ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।