ଜମି ହଡପ ମାମଲାରେ ବ୍ରହ୍ମପୁରର ପୂର୍ବତନ ମେୟର ଦୋଷମୁକ୍ତ

Oct 09, 2026 - 16:42
ଜମି ହଡପ ମାମଲାରେ ବ୍ରହ୍ମପୁରର ପୂର୍ବତନ ମେୟର ଦୋଷମୁକ୍ତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ ଜମି ହଡ଼ପ ମାମଲାରେ କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ମଧ୍ୟରୁ ଜମି ଜବରଦଖଲ ଓ ହଡ଼ପ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଏହି ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ରହିଥିବା ପ୍ରାୟ ୩୯ଟି ଅପରାଧିକ ମାମଲା ମଧ୍ୟରୁ, ସେ ୧୩ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏସସି/ଏସଟି ଜମି ହଡ଼ପ, ହତ୍ୟା ଉଦ୍ୟମ ଭଳି ଘଟଣାରେ ତାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିଲା । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବର୍ତ୍ତମାନ ପିଣ୍ଟୁ ଦାସ ଜେଲ ରେ ଅଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।