ଟେଷ୍ଟ ବୋଲିଂ ମାନ୍ୟତା ଶୀର୍ଷରେ ଷ୍ଟାର୍କ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ବୋଲିଂ ମାନ୍ୟତାରେ ଷ୍ଟାର୍କ ୮୮୧ ରେଟିଂ ପଏଣ୍ଟ ସହ ୨ୟରୁ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ୟାନସେନ ଶୀର୍ଷରୁ ୨ୟ ସ୍ଥାନକୁ ଖସି ଆସିଛନ୍ତି। ଷ୍ଟାର୍କ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ୧୫ଟି ୱିକେଟ ନେଇଥିଲେ। ୩ୟ ଟେଷ୍ଟରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲେ ମଧ୍ୟ ଷ୍ଟାର୍କ ୯ଟି ୱିକେଟ ନେଇଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଷ୍ଟାର୍କ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ୟାନସେନ ଗତ ସପ୍ତାହରେ ଶୀର୍ଷକୁ ଉନ୍ନୀତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଅଫ୍ସ୍ପିନର ସାଇମନ ହାର୍ମର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୧୦ଟି ୱିକେଟ ନେଇଥିଲେ। ଉକ୍ତ ପ୍ରଦର୍ଶନ ବଳରେ ହାର୍ମର ୯ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୭ମ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରୀ ୩ୟ, ଇଂଲଣ୍ଡର ଓଲି ରବିନସନ ୪ର୍ଥ, ଭାରତର ଯଶପ୍ରୀତ ବୁମ୍ରା ୫ମ, ଅଷ୍ଟ୍ରେଲିଆର ସ୍କଟ ବୋଲାଣ୍ଡ ୬ଷ୍ଠ, ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ୮ମ, ଅଷ୍ଟ୍ରେଲିଆର ପାଟ୍ କମିନ୍ସ ୯ମ ଓ ଜୋଶ ହାଜେଲଉଡ୍ ୧୦ମ ସ୍ଥାନେର ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।