ଗିରଫ ହେଲେ ଥାନା ବାବୁ; ମହଙ୍ଗା ପଡ଼ିଲା ୧୦ ହଜାର ଟଙ୍କା ଲାଞ୍ଚ

Nov 05, 2026 - 17:20

ସମ୍ବଲପୁର : ଗିରଫ ହେଲେ ଥାନା ବାବୁ। ସମ୍ବଲପୁରର ମହୁଲପାଲି ପୁଲିସ ଷ୍ଟେସନର ସବ-ଇନସ୍ପେକ୍ଟର ସୁଜିତ କୁମାର ମହାନ୍ତଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହୁଲପାଲି ଏସଆଇ ସୁଜିତ ମହାନ୍ତ। ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। କାଲି ୧୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ ଏସଆଇ। ପୋଖରୀରୁ ଏସଆଇଙ୍କୁ ଉଦ୍ଧାର କରି ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଥାନା ପରିସର ରେଷ୍ଟରୁମରୁ ମଧ୍ୟ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା
ସବ-ଇନସ୍ପେକ୍ଟର ସୁଜିତ କୁମାର ମହାନ୍ତଙ୍କୁ ଅଭିଯୋଗକାରୀଙ୍କ ବିରୁଦ୍ଧରେ ତଦନ୍ତ ଅଧିକାରୀ ଥିବା ଉକ୍ତ ଥାନାରେ ପଞ୍ଜିକୃତ ଏକ ବିବିଧ ମାମଲା ଚୂଡ଼ାନ୍ତ କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଉଛି। ଏହି ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍. ଅଭିଯୁକ୍ତ ପୁଲିସ ଏସଆଇ ସୁଜିତ କୁମାର ମହାନ୍ତଙ୍କ ବିରୋଧରେ ମାମଲା ନଂ.୨୧/୨୦୨୬ ୟୁ/ଏସ୍.୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି।

ମାଟି, ଗୋଡି ପାଇଁ ରକ୍ତାକ୍ତ ହେଲା ରାଜଧାନୀ ; ବିଚ୍ ରାସ୍ତାରେ ଗୁଳିକାଣ୍ଡ, ଗଡ଼ିଲା ମୁଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।