ଟ୍ରେନ ଧକ୍କାରେ ଦାନ୍ତ ହାତୀର ମୃତ୍ୟୁ

Sep 10, 2026 - 11:23
ଟ୍ରେନ ଧକ୍କାରେ ଦାନ୍ତ ହାତୀର ମୃତ୍ୟୁ

ରାୟଗଡା: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣା ଘଟିଥିବା ଟ୍ରେନ୍‌ ଲାଇନରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ତେବେ ରାତିରେ କେଉଁ ଟ୍ରେନ୍ ଧକ୍କା ଦେଇଛି ତାହା ଜଣାପଡିନାହିଁ ।

ଖବର ପାଇବା ପରେ ଆରପିଏଫ୍ ଏବଂ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଛି ମାସ ହେବ କଳାହାଣ୍ଡି ଅଞ୍ଚଳରୁ ଆସିଥିବା ୪ଟି ହାତୀ ବିଷମକଟକ ବ୍ଲକର ଭାତପୁର ଓ ବୃନ୍ଦାବାଡ଼ି ଅଞ୍ଚଳରେ ଘୁରି ବୁଲୁଥିଲେ ବୋଲି ସୂଚନା ମିଳିଛି ।  

ଅନ୍ୟପଟେ ଆରପିଏଫ୍ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । କିନ୍ତୁ ବର୍ଷା ଲାଗି ରହିଥିବାରୁ ଉଦ୍ଧାର ଓ ତଦନ୍ତ କାର୍ଯ୍ୟରେ କିଛି ବିଳମ୍ବ ହେଉଛି । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହାତୀଟିର ମୃତ୍ୟୁ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।