ଟ୍ରୋଲରଙ୍କୁ ରଶ୍ମିକାଙ୍କ ଉତ୍ତର

Sep 22, 2026 - 16:48
ଟ୍ରୋଲରଙ୍କୁ ରଶ୍ମିକାଙ୍କ ଉତ୍ତର

 

ଅଭିନେତ୍ରୀ ରଶ୍ମିକା ମନ୍ଦାନା ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ କାମ କରିବା ସମୟରେ ନିଜର ଉଚ୍ଚାରଣ ଓ ଭାଷାକୁ ନେଇ ହେଉଥିବା ଟ୍ରୋଲିଂର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ସେ କୌଣସି ଗୋଟିଏ ଭାଷାରେ ସମ୍ପୂର୍ଣ୍ଣ ଦକ୍ଷ ନୁହଁନ୍ତି ଏବଂ ତାଙ୍କ କ୍ୟାରିୟର ସବୁବେଳେ ନୂଆ ନୂଆ ଭାଷା ଓ ଭୂମିକା ସହ ଖାପଖୁଆଇ ଆଗକୁ ବଢ଼ିଛି ।  ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ମାତୃଭାଷା କୋଡ଼ଭା (କୋଡ଼ଭା ତକ୍‌) ପାଇଁ କୌଣସି ଆଞ୍ଚଳିକ ସିନେମା ଇଣ୍ଡଷ୍ଟ୍ରି ନଥିବାରୁ ସେ ସବୁବେଳେ ଅନ୍ୟଭାଷାଭାଷୀ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି । ତେବେ ଭାଷା କେବେବି ତାଙ୍କ ପାଇଁ ବାଧକ ସାଜିନାହିଁ ; ବରଂ ଫ୍ୟାନ୍ସମାନଙ୍କ ଅନୁରୋଧ କ୍ରମେ ସେ ତେଲୁଗୁ ଓ ହିନ୍ଦୀ ଭାଷାରେ ଅଭିନୟ କରି ସବୁ ଭାଷାକୁ ନିଜର ବୋଲି ଗ୍ରହଣ କରିଛନ୍ତି । ନିଜ ଉଚ୍ଚାରଣକୁ ନେଇ ହେଉଥିବା ଚର୍ଚ୍ଚା ପ୍ରତି ଧ୍ୟାନ ନଦେଇ ସେ ନିଜର କାମ ଓ ଭୂମିକା ଉପରେ ମନୋନିବେଶ କରନ୍ତି ।  ସୂଚନା ଅନୁସାରେ ଫିଲ୍ମ 'ଆନିମଲ୍'ର ଟ୍ରେଲରରେ ରଣବୀର କପୁରଙ୍କ ସହ ତାଙ୍କର କରୱା ଚୌଥ୍ସିନ୍ର ଡାଇଲଗ ଡେଲିଭରୀକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ୍ହୋଇଥିଲେ । ଏହିଭଳି ସେ ଅନେକ ଥର ନିଜର ଡାଇଲଗ କହିବାର ଷ୍ଟାଇଲ ପାଇଁ ଟ୍ରୋଲ ହୋଇଥାଆନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।