ଏଆଇ ଏଜେଣ୍ଟ ପ୍ରସ୍ତୁତ କରୁଛନ୍ତି ନୂଆ ଭାଷା

Sep 22, 2026 - 16:48
ଏଆଇ ଏଜେଣ୍ଟ ପ୍ରସ୍ତୁତ କରୁଛନ୍ତି ନୂଆ ଭାଷା

 

ସାମ୍ପ୍ରତିକ ଏକ ପରୀକ୍ଷଣରେ ଜଣାପଡିଛି କି କ୍ଲାଉଡ , ଜେମିନି ଏବଂ ଓପନ୍-ଏଆଇର ଏଆଇ ଏଜେଣ୍ଟଗୁଡ଼ିକ  ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରିବା ସମୟରେ ମାନବ ବୁଝିପାରୁ ନଥିବା ଏକ ଗୁପ୍ତ ଭାଷା ବିକଶିତ କରିଛନ୍ତି । ଏହି ଏଜେଣ୍ଟଗୁଡ଼ିକୁ କୌଣସି ନୂଆ ଭାଷା ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇ ନଥିଲେ ବି, ନିଜର ଦୀର୍ଘ କଥାବାର୍ତ୍ତାକୁ ସଂକ୍ଷିପ୍ତ କରିବା ପାଇଁ ସେମାନେ ନିଜସ୍ୱ 'ସର୍ଟକଟ୍'  ଏବଂ ନୂତନ ସଙ୍କେତ ପ୍ରସ୍ତୁତ କରି ପ୍ରଚଳିତ ଶବ୍ଦଗୁଡ଼ିକର ଅର୍ଥ ବଦଳାଇ ଦେଇଥିଲେ । ଅନ୍ୟ ଏଆଇ ଏଜେଣ୍ଟମାନେ ମଧ୍ୟ ଏହି ନୂତନ ଶବ୍ଦ ଓ ସଙ୍କେତଗୁଡ଼ିକୁ ଆପଣାଇବା ଆରମ୍ଭ କରିଦେବାରୁ ସେମାନଙ୍କର ଲେଖିବାର ଶୈଳୀ ଏପରି ସ୍ତରକୁ ଚାଲିଗଲା ଯେଉଁଠି ମଣିଷ ସେହି ଲେଖାଗୁଡ଼ିକୁ ପଢ଼ିପାରୁଥିଲେ ସୁଦ୍ଧା ତାର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ କଠିନ ହୋଇପଡ଼ିଥିଲା । ଏଆଇ ଷ୍ଟାର୍ଟଅପ୍ 'ଏମର୍ଜେନ୍ସି'ର ବିଜ୍ଞାନୀମାନଙ୍କ ଅନୁସାରେ, କେବଳ ଏଆଇର କଥାବାର୍ତ୍ତାକୁ ଦେଖିପାରିବା ଯଥେଷ୍ଟ ନୁହେଁ, ବରଂ ଏହି ଏଜେଣ୍ଟଗୁଡ଼ିକ କେଉଁ ପ୍ରସଙ୍ଗ ଓ ଅର୍ଥରେ କଥା ହେଉଛନ୍ତି ତାହା ବୁଝିବା ହିଁ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।