ଡିଜେ କୁ ବିରୋଧ କରିବାରୁ ଗଣ୍ଡଗୋଳ - ୫ ଆହତ
ପିପିଲି : ଗଣେଶ ଭସାଣ ବେଳେ ଉତ୍ତେଜନା । ଡିଜେ ଶବ୍ଦକୁ ନେଇ ଘଟିଛି ଗୋଷ୍ଠୀ ସଂଘର୍ଷ । ଏଥିରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି ପିପିଲି ଖଣ୍ଡି ଗାଁ' ରେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟନାନୁସାରେ, ଗତ ରାତିରେ ପିପିଲି ଥାନା ଅନ୍ତର୍ଗତ ଖଣ୍ଡିଗାଁରେ ଗଣେଷ ପୂଜା ଭସାଣୀ ଚାଲିଥିଲା । ତେବେ ରାତି ଅଧରେ ଗାଁ ଭିତରେ ଉଚ୍ଚ ଶବ୍ଦ କରି ଡିଜେ ବାଜିବାରୁ ଏହାକୁ ତୀବ୍ର ବିରୋଧ କରିଥିଲେ ଗ୍ରାମବାସୀ ଇ ଡିଜେ ବନ୍ଦ କୁ ନେଇ ଘଟଣାସ୍ଥଳରେ ବଚସା ହେବାରୁ କ୍ରମେ ତୁମୁଳକାଣ୍ଡ ଘଟି ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା । ଏହି ସଂଘର୍ଷରେ ୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖଣ୍ଡି ଗାଁ ର ପୂର୍ବତନ ୱାର୍ଡ ସଭ୍ୟଙ୍କ ଦୁଇ ପୁଅ (ଦେବାଶିଷ ଓ ଆଶିଷ) ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଏହି ଭସାଣି ଭିଡ଼ର ଶିକାର ହୋଇଥିଲେ ।
ସେପଟେ ଏହି ଘଟଣା ପରେ ଗାଁରେ ପୋଲିସ ମୁତୟନ କରାଯାଇଛି । ଏହାସହ ଥାନାରେ ମାମଲା ଦାୟର ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।