ମମତା ବାନାର୍ଜୀଙ୍କ ଉଠାଇନେଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ ମମତା ବାନାର୍ଜୀଙ୍କୁ ଅଟକ ରଖିଛି । ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଲ୍ଲୀର ଯନ୍ତର ମନ୍ତରଠାରେ ବିଶାଳ ”ଚଲୋ ଦିଲ୍ଲୀ” ଆନ୍ଦୋଳନ ଜାରି ରହିଛି । ଯନ୍ତରମନ୍ତରରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ୧୫୦୦ରୁ ଅଧିକ ସମର୍ଥକଙ୍କ ସହ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ଅନ୍ୟ ନେତା ମାନଙ୍କୁ ଦିଲ୍ଲୀର ସାଉଥ୍ ଆଭେନ୍ୟୁ ବସଷ୍ଟାଣ୍ଡ ନିକଟରେ ଧାରଣାରେ ବସିଥିବା ସମୟରେ ଦିଲ୍ଲୀ ପୁଲିସ ଉଠାଇ ନେଇ ହେପାଜତରେ ରଖିଥିବା ସୂଚନା ମିଳିଛି । ମମତା ବାନାର୍ଜୀଙ୍କ ସହିତ ଡେରେକ୍ ଓ'ବ୍ରାଏନ୍ ଓ ଡୋଲା ସେନଙ୍କ ଭଳି ପ୍ରମୁଖ ଟିଏମସି ସାଂସଦ, ଆମ୍ ଆଦ୍ମୀ ପାର୍ଟି (AAP) ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ କେରଳର ବିରୋଧୀ ଦଳ ନେତା ପିନାରାୟୀ ବିଜୟନଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଅଟକ ରଖିଛି
ଆଜି ସେଠାରେ ଜନ୍ତର ମନ୍ତର ବିକ୍ଷୋଭ ସ୍ଥଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଲାଗୁ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ କୌଣସି ଅନୁଚିତ କାର୍ଯ୍ୟକଳାପ ଘଟିନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ସମ୍ଭାବ୍ୟ ପ୍ରତିବାଦକୁ ରୋକିବା ପାଇଁ ପୁଲିସ ସକାଳୁ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଥିଲା । ଇଣ୍ଡିଆ ଗେଟ୍ ନିକଟରେ ପ୍ରତିବାଦ ନକରିବାକୁ ମଧ୍ୟ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।