ଦେବଶିଳ୍ପୀ ବିଶ୍ୱକର୍ମା
ସୃଷ୍ଟିର ଆଦି ବିଶ୍ୱକର୍ମା, ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ କୃପା ଲାଭ ପାଇଁ ବିଭିନ୍ନ କଳକାରଖାନା, ବ୍ୟବସାୟିକ ଅନୁଷ୍ଠାନ, ଗ୍ୟାରେଜ, ଯାନ୍ତ୍ରିକ କର୍ମଶାଳା ଓ ନିର୍ମାଣ ସ୍ଥଳଗୁଡ଼ିକରେ ପ୍ରାତଃ ସମୟରୁ ଆଡ଼ମ୍ବରପୂର୍ଣ୍ଣ ପାଳନ କରାଯାଇଥାଏ ବିଶ୍ବକର୍ମା ପୂଜା। କାରିଗର, ଯନ୍ତ୍ରୀ, ଶ୍ରମିକ ଓ ବ୍ୟବସାୟୀମାନେ ନିଜ ନିଜର ଯନ୍ତ୍ରପାତି, କଳକବଜା, ବାହନ ଓ ନିର୍ମାଣ ସାମଗ୍ରୀକୁ ସଫାସୁତୁରା କରି ପୂଜାମଣ୍ଡପରେ ସଜାଇ ପ୍ରଭୁଙ୍କଠାରେ କାର୍ଯ୍ୟଦକ୍ଷତା, ନିରାପତ୍ତା ଓ ଜୀବିକାର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାଆନ୍ତି । ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ମାନବ ସମାଜର ନିର୍ମାଣ, ଶ୍ରମ ଶକ୍ତି ଓ ବୈଷୟିକ ଜ୍ଞାନକୌଶଳ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏକ ଅନନ୍ୟ ଗଣପର୍ବ । ଶ୍ରମିକର ନିଷ୍ଠା ଓ କାରିଗରର ସୃଜନଶୀଳତାକୁ ଈଶ୍ୱରୀୟ ଆଶୀର୍ବାଦରେ ରୂପାନ୍ତରିତ କରିବାର ଅନନ୍ୟ ଗଣପର୍ବ ହେଉଛି ‘ବିଶ୍ୱକର୍ମା ପୂଜା’। ବୈଦିକ ପରମ୍ପରାରୁ ଆରମ୍ଭ କରି ଆଧୁନିକ ମେସିନ୍ ଯୁଗ ପର୍ଯ୍ୟନ୍ତ, ନିର୍ମାଣ ଓ ବୈଷୟିକ ଜ୍ଞାନକୌଶଳର ଆଦି ପ୍ରତୀକ ଭାବେ ପୂଜିତ ହୋଇଆସୁଛନ୍ତି ମହାପ୍ରଭୁ ବିଶ୍ୱକର୍ମା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।