ନଭେମ୍ବର ସୁଦ୍ଧା ହେବ ଅଧ୍ୟାପକ ନିଯୁକ୍ତି

Oct 03, 2026 - 17:39

ଭୁବନେଶ୍ୱର :ନଭେମ୍ବର ସୁଦ୍ଧା ହେବ ଅଧ୍ୟାପକ ନିଯୁକ୍ତି। ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି। ୧୪ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନେଇ ହୋଇଥିବା ବୈଠକରେ ଏହି ନିର୍ଦ୍ଦେଶ ଦିଆଇଯାଇଛି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରକ୍ରିୟା ଆରମ୍ଭ କରି ମାସ ଶେଷ ସୁଦ୍ଧା ଶେଷ କରିବା ସହ ରାଜ୍ୟପାଳ ହେବା ପରେ ଗୋଟିଏ ଦିନରେ ୧୪ କୁଳପତି ନିଯୁକ୍ତି କଥା ସ୍ମରଣ କରାଇଛନ୍ତି। ଅଧ୍ୟାପକ ନିଯୁକ୍ତିରେ ମେରିଟ୍‌କୁ ପ୍ରାଥମିକତା ଦେବାକୁ ଦେଲେ ପରାମର୍ଶ ଦେଇଛନ୍ତି। ସର୍ଟଲିଷ୍ଟିଂ ଓ ଯାଞ୍ଚ ବଦଳରେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାରକୁ ଡାକନ୍ତୁ ବୋଲି କହିଛନ୍ତି।

ଗ୍ରହଙ୍କ ମହାସଂଯୋଗକୁ ଶୁଭ ଯୋଗ; କେଉଁ ରାଶିର ଭାଗ୍ୟ ଚମକିବ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।