ନୂଆଦିଲ୍ଲୀ ରେ ପହଁଚିଲେ ଚୀନ ରାଷ୍ଟ୍ରପତି
ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ରେ ପହଁଚିଲେ ଚୀନ ରାଷ୍ଟ୍ରପତି ସି' ଜିନପିଙ୍ଗ । ପାଲମ ବିମାନ ବନ୍ଦରରେ ଅବତରଣ କଲା ଜିନପିଙ୍ଗଙ୍କ ବିମାନ । ଚୀନ୍ ରାଷ୍ଟ୍ରପତିଙ୍କ ସହ ଆସିଛନ୍ତି ଦେଶର ଶୀର୍ଷ କୂଟନୀତିଜ୍ଞ ଓ ବରିଷ୍ଠ ନେତା । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି । ତାଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କ ସହ ଚୀନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଦିଲ୍ଲୀ ଆସିଛି । ସାରା ବିଶ୍ୱ ମୋଦୀ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଉପରେ ନଜର ରଖିଛି । ଆଜି ସନ୍ଧ୍ୟା ୫ଟା.୪୫ରେ ହେବ ମୋଦି-ଜିନପିଙ୍ଗ ଆଲୋଚନା । ଗଲୱାନ ଉପତ୍ୟକା ସଂଘର୍ଷର ସାତ ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସୁଛନ୍ତି । ୨୦୨୦ରେ ଗଲୱାନ ସୀମା ବିବାଦରେ ଭାରତର ୨୦ଜଣ ସୈନ୍ୟ ସହିଦ ହୋଇଥିଲେ । ଏହାପରଠାରୁ ୨ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।
ଆଜିଠାରୁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ବିଶ୍ୱର ନେତାମାନେ ଅପରାହ୍ନ ୨ଟାରୁ ସମ୍ମିଳନୀ ସ୍ଥଳରେ ପହଞ୍ଚିବେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି ।
ଚୀନ ଦକ୍ଷିଣ ଏୟାରଲାଇନ୍ସ ଶନିବାର ଘୋଷଣା କରିଛି ଯେ ଏହା ସେପ୍ଟେମ୍ବର ୨୧ ତାରିଖରୁ ଗ୍ୱାଙ୍ଗଜୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବ। ଗତ ଛଅ ବର୍ଷ ଧରି ସ୍ଥଗିତ ଥିବା ଏହି ସେବାକୁ ଏବେ ପୁଣି ଥରେ ଆରମ୍ଭ କରାଯିବ। ବିମାନ କମ୍ପାନୀ କହିଛି ଯେ ସେବା ପୁନର୍ବାର ଆରମ୍ଭ ହେବା ପରେ, ଏହା ଦକ୍ଷିଣ ଏସିଆର ଆଠଟି ରୁଟରେ ପ୍ରତି ସପ୍ତାହରେ ୧୦୦ ରୁ ଅଧିକ ବିମାନ ପରିଚାଳନା କରିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଭବ୍ୟ ଆୟୋଜନ କରିଛନ୍ତି । ୧୪ ରୁ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେହିପରି ଟ୍ରାଫିକ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମାନେ ଏକ ବସ୍ ଯୋଗେ ଭାରତ ମଣ୍ଡପମ ଆସିବେ । ଏମାନେ ସନ୍ଧ୍ୟା ୫ଟାରୁ ସାଢେ ୫ଟା ମଧ୍ୟରେ ସଂସଦ ଭବନରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହାପରେ ସମସ୍ତେ ମିଶି ପ୍ରାୟ ୬ଟା ବେଳେ ଭାରତ ମଣ୍ଡପ ଅଭିମୁଖେ ବାହାରିବେ । ସନ୍ଧ୍ୟା ସାଢେ ୭ଟାରେ ବ୍ରିକ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ଡିନର ପାର୍ଟି ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।