ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର ଜବତ
ବାଲେଶ୍ୱର : ବେଆଇନ ବାଲି ଚାଲାଣରେ ରୋକ ଲଗାଇବା ପାଇଁ ଆକ୍ସନ ମୋଡ଼ରେ ଖଣିଅଧିକାରୀ। ବାଲେଶ୍ୱରରେ ଖଣି ବିଭାଗର ବଡ଼ ଧରଣର ଚଢ଼ାଉ। ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲେ ଖଣି ଅଧିକାରୀ। ଗୋଡ଼ାଇ ଗୋଡ଼ାଇ ଧରିଲା ବାଲି ବୋଝେଇ ଟ୍ରାକ୍ଟର । ଦହମୁଣ୍ଡାରେ ସୁବର୍ଣ୍ଣରେଖା ନଦୀପଠାରୁ ଦୀର୍ଘଦିନ ଧରି ବାଲି ଉତ୍ତୋଳନ କରି ବହିନେଉଯାଉଥିଲେ । ଖଣି ବିଭାଗର ଦୁଇ ଅଧିକାରୀଙ୍କ ନେତୃତ୍ବରେ ଦୁଇଜଣ ଅଧିକାରୀ ଜଗନ୍ନାଥ ଦାସ ଓ ଅଭିଷେକଙ୍କ ନେତୃତ୍ବରେ ଦହମୁଣ୍ଡା ନିକଟରୁ ୪ଟି ବାଲି ଟ୍ରାକ୍ଟର ଜବତ କରି କମର୍ଦ୍ଦା ଥାନାରେ ଜିମା ଦେଇଛନ୍ତି । ମାସ ମାସ ଧରି ସୁବର୍ଣ୍ଣରେଖା ନଦୀ ପଠା ଦହମୁଣ୍ଡା ଠାରୁ ପ୍ରତି ଦିନ ଶହ ଶହ ଟ୍ରିପ ମାଟି ଓ ବାଲି ଦିନ ଦ୍ୱିପ୍ରହରରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ ହଉଥିଲା । ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ମାଫିଆ । ଏଭଳି ଅଚାନକ ରେଡ କୁ ନେଇ ବାଲି ଓ ମାଟି ମାଫିଆ ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।