ନନ୍ଦନକାନରେ ନୂଆ ଅତିଥି, ମା' ହେଲା ସିଂହୀ ଶ୍ରେୟା

Oct 14, 2026 - 13:16
ନନ୍ଦନକାନରେ ନୂଆ ଅତିଥି, ମା' ହେଲା ସିଂହୀ ଶ୍ରେୟା

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଆସିଛି ଖୁସି ଖବର । ନନ୍ଦନକାନନକୁ ଆସିଲା ନୂଆ ଅତିଥି । ପ୍ରଥମ ଥର ପାଇଁ ଗୋଟିଏ ଶାବକକୁ ଜନ୍ମ ଦେଇ ମା' ହେଲା ଏସୀୟ ସିଂହୀ ଶ୍ରେୟା । ୧୮ ନମ୍ବର ଖୁଆଡ଼ରେ ରହୁଥିବା ସିଂହୀ ଶ୍ରେୟା ଏବଂ ସିଂହ'ହର୍ଷ'ଙ୍କ ମିଳନରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ନୂଆ ଅତିଥିର ଜନ୍ମ ହୋଇଛି। ଶାବକକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି । ତେବେ ସିଂହୀ ଛୁଆରୁ ଗ୍ରହଣ କରିନାହିଁ । ପ୍ରଥମ ଥର ପାଇଁ ମାଆ ହୋଇଥିବାରୁ ତା ନିକଟରେ ମାତୃ ସୁଲଭ ଆଚରଣ ଦେଖିବାକୁ ମିଳିନି । ବର୍ତ୍ତମାନ ନନ୍ଦନକାନରରେ ସିଂହ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଶାବକର ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।

ସୂଚନା ଥାଉକି, ଗତ ମାସରେ ମାଆ ହୋଇଥିଲା ସିଂହୀ ମାୟା । ପ୍ରଥମ ଶାବକ ରାତି ପ୍ରାୟ ୨ଟା ୪୧ରେ ଜନ୍ମ ହୋଇଥିଲା । ଦ୍ଵିତୀୟ ଶାବକଟି ଭୋର୍ ୫ଟା ୪୯ ସମୟରେ ଜନ୍ମ ହୋଇଥିଲା । ପ୍ରଥମ ଶାବକ ମୃତ ଜନ୍ମ ହୋଇଥିବା ବେଳେ ଅନ୍ୟଟି ସୁସ୍ଥ ଥିଲା । ତେବେ ସେ ମଧ୍ୟ ଛୁଆରୁ ଗ୍ରହଣ କରିନଥିଲା । ଉଭୟ ମା ଓ ଶାବକକୁ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଥିଲା । ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶାବକଟିକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତରଣ କରିଥିଲେ । ସେଠାରେ ଶାବକକୁ କ୍ଷୀର ଦିଆଯାଇ ତାପମାତ୍ରା ନିୟନ୍ତ୍ରଣ କୋଠରୀ ମଧ୍ୟରେ ରଖାଯାଇଥିଲା । ହେଲେ କିଛି ଦିନ ଭିତରେ ଆଖି ବୁଜିଥିଲେ ନବ ଜନ୍ମିତ ସିଂହ ଶାବକ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।