ପେଙ୍ଗୁଇନ ମଳ ତରଳାଉଛି ବରଫ
ଆଣ୍ଟାର୍କଟିକାର ବରଫାବୃତ ପରିବେଶରେ ବଞ୍ଚୁଥିବା ପେଙ୍ଗୁଇନ ମାନଙ୍କର ବର୍ଜ୍ୟବସ୍ତୁ ବା ମଳ ସେଠାକାର ବରଫ ଦ୍ରୁତ ଗତିରେ ତରଳିବାର ଏକ ଅପ୍ରତ୍ୟାଶିତ କାରଣ ପାଲଟୁଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି । 'ଜର୍ଣ୍ଣାଲ୍ ଅଫ୍ ଜିଓଫିଜିକାଲ୍ ଚର୍ଚ୍ଚ: ବାୟୋସାଇନ୍ସ'ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ପେଙ୍ଗୁଇନ୍ ମଳରେ ଥିବା ପୋଷକ ତତ୍ତ୍ୱ ଆଣ୍ଟାର୍କଟିକା ବରଫରେ ଜନ୍ମ ନେଉଥିବା ଶୈବାଳ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ଯାହାକି ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ଲାଲ୍ ରଙ୍ଗ ଧାରଣ କରିବା ସହ ପର୍ଯ୍ୟାପ୍ତ ପୋଷକ ପାଇଲେ କ୍ଲୋରୋଫିଲ୍ ମାଧ୍ୟମରେ ସବୁଜ ରଙ୍ଗରେ ପରିଣତ ହୋଇଥାଏ । ଏହି ଶୈବାଳ ଗୁଡ଼ିକ ବ୍ୟାପିବା ଫଳରେ ବରଫର ପୃଷ୍ଠଭୂମି ଅଧିକ ଗାଢ଼ ହୋଇଯାଇଥାଏ । ଯାହା ଅଧିକ ସୂର୍ଯ୍ୟକିରଣ ଶୋଷଣ କରି ବରଫ ତରଳିବା ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିଥାଏ । ଗତ ୪୭ ବର୍ଷ ମଧ୍ୟରେ ଆଣ୍ଟାର୍କଟିକା ଓ ଗ୍ରୀନଲ୍ୟାଣ୍ଡର ମୋଟ ୧୨.୫ ଟ୍ରିଲିୟନ୍ ଟନ୍ ବରଫ କ୍ଷୟ ହୋଇସାରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।