ପୋଖରୀ ହୁଡ଼ାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Oct 31, 2026 - 14:11
ପୋଖରୀ ହୁଡ଼ାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ମାର୍ଶାଘାଇ : ପୋଖରୀ ହୁଡ଼ାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଗତକାଲି ରାତି ୧୦ଟାରୁ  ନିଖୋଜ ଥିଲେ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଛି ଏଭଳି ଅଭବନୀୟ ଘଟଣା । ମୃତକ ହେଲେ ସସ୍ମିତା ବେହେରା ଏବଂ ସେ ମାର୍ଶାଘାଇ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି । ଶନିବାର ସକାଳେ ତାଙ୍କ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସୂଚନାନୁସାରେ , ଆଜି ସକାଳେ ସ୍ଥାନୀୟ ଏକ ପୋଖରୀ କୂଳରେ ଛାତ୍ରୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ କରାଯାଇଥିଲା । ଉଦ୍ଧାର ହୋଇଥିବା ମୃତଦେହର ବେକରେ ଗଭୀର କଟା ଚିହ୍ନ ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ଘର ନିକଟରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ରକ୍ତଦାଗ ଏବଂ ଏକ ଧାରୁଆ ଛୁରୀ ଜବତ କରାଯାଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି  ।

ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଓ ତନାଘନା ଆରମ୍ଭ କରିଛି। ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶୋକାକୁଳ ପରିବେଶ ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।