ପୌର ନିର୍ବାହୀ ଅଧିକାରୀଙ୍କ ଗାଡି ଧକ୍କାରେ ଜଣେ ମୃତ
କଟକ : କଟକ ନେତାଜୀ ନଗର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୌର ନିର୍ବାହୀ ଅଧିକାରୀଙ୍କ ଗାଡି ଧକ୍କାରେ ଜଣେ ମୃତ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳ ର ପ୍ରଦୀପ ପରିଡା । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଏସସିବି ରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ ଦାସଙ୍କ ଗାଡି ଧକ୍କା ତାଙ୍କୁ ଦେଇଥିବା ସୂଚନା ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।