ପ୍ରଥମଶ୍ରେଣୀ କ୍ରିକେଟ୍ରୁ ଚହଲଙ୍କ ଅବସର
ନୂଆଦିଲ୍ଲୀ : ଭାରତୀୟ ଲେଗ୍ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ନେଇଛନ୍ତି। ଟେଷ୍ଟମ୍ୟାଚ୍ ଖେଳିବା ସର୍ବଦା ଏକ ସ୍ବପ୍ନ ହୋଇ ରହିଥିଲା ଏବଂ ତାହା ଆଉ ସମ୍ଭବ ନୁହେଁ ବୋଲି ସ୍ବୀକାର କରି ଚହଲ ଆଗକୁ ପ୍ରଥମଶ୍ରେଣୀ କ୍ରିକେଟ୍ ନ ଖେଳିବାକୁ ଘୋଷଣା କରିଛି। ତେବେ ଭାରତୀ ଦିନିକିଆ ଓ ଟି୨୦ ଦଳକୁ ଫେରିବା ପାଇଁ ସେ ଆଶାବାଦୀ ଅଛନ୍ତି। ଚହଲ ୭୨ଟି ଦିନିକିଆରୁ ୧୨୧ଟି ଓ ଓ ୮୦ଟି ଟ୍ବେଣ୍ଟି୨୦ ମ୍ୟାଚ୍ରୁ ୯୬ଟି ୱିକେଟ୍ ନେଇଛନ୍ତି। ଅଗଷ୍ଟ ୨୦୨୩ରେ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବାକୁ ସେ ଶେଷ ଥର ପଡ଼ିଆକୁ ଓହ୍ଲାଇଥିଲେ। ସେ ଆଇପିଏଲ୍ ଇତିହାସର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର। ବର୍ତ୍ତମାନ ସେ ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳୁଛନ୍ତି। ୨୦୧୬-୧୭ ପରଠାରୁ ଚହଲ ହରିୟାଣା ପାଇଁ ରଣଜୀ ଟ୍ରଫି ମ୍ୟାଚ୍ ଖେଳିନାହାନ୍ତି। ତେବେ ସେ ଧଳା ବଲ୍ କ୍ରିକେଟ୍ରେ ସକ୍ରିୟ ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।