ପ୍ରେମିକାଙ୍କ ଘର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

Sep 17, 2026 - 11:51
ପ୍ରେମିକାଙ୍କ ଘର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦେଓଗଡ଼: ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପ୍ରେମିକଙ୍କ ମୃତ୍ୟୁ । ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ନିର୍ମମ ହତ୍ୟା କରିଛନ୍ତି ପ୍ରେମିକାଙ୍କ ପରିବାର ଲୋକେ । ପ୍ରେମିକାଙ୍କ ଘର ଆଗରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ନିକଟସ୍ଥ ବାବରାକୋଟ ଗାଁର ସିଲୁ ରାୟ । ଖବରପାଇ ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆ ଙ୍କୁ ଅଟକ ରଖିଛନ୍ତି ।ଏହି ଘଟଣା ପରେ ଦେବଗଡ଼ ରିଆମାଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ଘଟନାନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ବାବରାକୋଟ ଗାଁ ର ସିଲୁ ରାୟଙ୍କ ସେହି ଗାଁ ର ଜଣେ ଯୁବତୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବା ପାଇଁ ରିଆମାଳ ଲକ୍ଷ୍ମୀ ଛକଠାରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ ସିଲୁ । ମାତ୍ର ସେଠାରେ ତାଙ୍କୁ ପ୍ରେମିକାଙ୍କ ଘର ଲୋକ ଦେଖିବା ପରେ ବଚସା ହୋଇଥିଲା। ଏହାପରେ ସିଲୁଙ୍କୁ ଘେରିଯାଇ ସମସ୍ତେ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ । ପରେ ତାଙ୍କୁ ପେଟ୍ରୋଲ ଢାଳି ଜାଳିଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ପ୍ରେମିକାଙ୍କ ଘର ନିକଟରୁ ସିଲୁ ରାୟଙ୍କ ମୃତଦେହ ମିଳିଥିଲା । ତେବେ ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ସିଲୁଙ୍କ ପରିବାର ଲୋକଙ୍କ ଏତଲା ପରେ ରିଆମାଳ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରେମିକାଙ୍କ ସମେତ ପରିବାରର ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।


 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।