ଫିଫା ଫ୍ରେଣ୍ଡଲି: ରୁଷିଆଠାରୁ ପୁଣି ହାରିଲେ ଭାରତୀୟ ମହିଳା
"କୋଲକାତା: ରୁଷିଆ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଫ୍ରେଣ୍ଡଲିରେ ପୁଣି ହାରିଯାଇଛି ଘରୋଇ ଭାରତୀୟ ଦଳ।
ଗତ ଗୁରୁବାର ୦-୪ ଗୋଲ୍ରେ ହାରିଥିବା ରଞ୍ଜନା ଚାନୁଙ୍କ ଦଳ ରବିବାର ମଧ୍ୟ କ୍ଲିନ୍ ସିଟ୍ ବ୍ୟବଧାନରେ ୦-୮ରେ ହାରିଯାଇଛି।
ପ୍ରଥମାର୍ଦ୍ଧରେ ୫ ଗୋଲ୍ ଏବଂ ଦ୍ବିତୀୟାର୍ଦ୍ଧରେ ୩ ଗୋଲ୍ ଦେଇ ରୁଷୀୟ ଯୁବତୀମାନେ ଏକତରଫା ବିଜୟ ହାସଲ କରିଥିଲେ।
Advertisment Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଉଭୟାର୍ଦ୍ଧରେ ଭାରତୀୟ ଗୋଲି ଭାବେ ବଦଳ କରି ଖେଳିଥିବା ମୋନାଲିସା ଦେବୀ ଓ ନନ୍ଦିନୀ ଉପରୋକ୍ତ ୮ ଗୋଲ୍ ବରଣ କରିଥିଲେ।
ଓଡ଼ିଆ ଝିଅ ଜୁଲି କିଶାନ ଷ୍ଟାର୍ଟିଂ ଏକାଦଶରୁ ଖେଳିଥିବାବେଳେ ଯଶୋଦା ମୁଣ୍ଡା ଓ ମାଳତୀ ମୁଣ୍ଡା ବଦଳ ଖେଳାଳି ଭାବେ ସୁଯୋଗ ପାଇଥିଲେ।
ରୁଷିଆ ପକ୍ଷରୁ ଡାରିନା, ନତାଲିଆ ଦୁଇଟି ଲେଖାଏଁ ଏବଂ ମାରିନ୍, ଡାଏନା, ଏଲିଜାବେଥ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଫଳରେ କୋଲକାତାରେ ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ଡବଲ୍ ପରାଜୟର ଲଜ୍ଜା ବରଣ କରିଛି।
ପୂର୍ବରୁ ପୁରୁଷ ଦଳ ବ୍ରାଜିଲ୍ ଓ ଉରୁଗୁଏ ବିପକ୍ଷରେ ଖେଳିଥିବା ଅନ୍ତର୍ଜାତୀୟ ଫ୍ରେଣ୍ଡଲିରେ ହାରିଯାଇଥିଲେ।
DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।